STORYMIRROR

Dr. Rajib Lochan Panigrahy

Classics Inspirational

3  

Dr. Rajib Lochan Panigrahy

Classics Inspirational

ରଙ୍ଗର ହୋଲି

ରଙ୍ଗର ହୋଲି

1 min
297


ଫଗୁଣ ଆସିଛି ଏବେ

ନାନା ରଙ୍ଗ ଫଗୁ ନେଇ,

ଫଗୁ ଦଶମୀରୁ

ଖେଳୁଛନ୍ତି ଫଗୁ ପ୍ରଭୁ

ଦୋଳରେ ସଜେଇ ହୋଇ,

ଖେଳିବେ ପ୍ରଭୁ ନଟ ନାଗର

ରଙ୍ଗର ଅବିର ନେଇ,

ରାଇ ଦାମୋଦର ବେଶ ହୋଇ,

ଦୋଳ ପୁନେଇଁରେ ଖେଳିବେ

ଶ୍ରୀକୃଷ୍ଣ ରାଧା ସଙ୍ଗେ ମିଶି,

ତା ପର ଦିନ ଖେଳି ଆମେ ହୋଲି

ସେନେହ ରଙ୍ଗେ ହେବା ଗୋଳେଇ,

ଭାବର ରଙ୍ଗକୁ ଫଗୁ ମାଧ୍ୟମରେ

ଦୁନିଆ ଦେଖିବ ହୋଲି ଦିନରେ

ସେ ରଙ୍ଗ ରହେନି ବେଶୀ କାଳ

ପ୍ରୀତି ରହିଥାଏ ଖାଲି,

ପ୍ରତିଟି ବରଷେ ଆସଇ ଫଗୁଣ

ରଙ୍ଗୀନ କରାଏ ଧରା

ଦେଇଯାଏ ଶିକ୍ଷା ସବୁ ମଣିଷକୁ,

କୋଉ ରଙ୍ଗ ହେଲେ ନୁହଁ ଚିରସ୍ଥୟୀ

ଏଥିରୁ ଶିଖିରେ ତୁହି l

ସେ ଦିନଟିକୁ ହୋଲି ନାମ ଦେଇ

ଧନ୍ୟ କଲେ ପ୍ରଭୁ ପରା

ସେହି ଦିନଟିରେ ହୀରନାକ୍ଷ ଭଗ୍ନୀ

ହୋଲିକା ଦହନ

ପ୍ରଭୁ କରିଥିଲେ ପରା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics