Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Classics

3  

Kunja Bihari Dalai

Classics

ଛନ୍ଦା ଚରଣେ

ଛନ୍ଦା ଚରଣେ

1 min
161



ଛନ୍ଦା ଚରଣରେ ବନ୍ଧା ଏ ପରାଣ

ଭାବ ଭକତି ର ଡୋରେ ,

ରହିଥାଉ ପ୍ରଭୁ କରହେ ଆଶିଷ

ଅକିଞ୍ଚନ ମୁଣ୍ଡ ପରେ ।


ଧରା ଧାମେ ମୋତେ ପଠାଇଛ ମାନେ

ଫେରିବା ନିଶ୍ଚିତ ଥୟ ,

ବାହୁଡ଼ା ସମୟ ହେଲାଣି ଆସନ୍ନ

ସେଥିପାଇଁ ନାହିଁ ଭୟ ।


ଚିନ୍ତା ଜାଗେ ମନେ ଯେ'ପାଇଁ ପଠାଇ

ଥିଲ ମୋତେ ମର୍ତ୍ତ୍ୟଧାମେ ,

କେତେ ସଫଳତା ପାଇଲି ଜୀବନେ

ଜାଣିଅଛ ଏକା ତୁମେ ।


ନିଜ ଜାଣିବାରେ କର୍ତ୍ତବ୍ୟ ରେ ହେଳା

କେବେ କରିନାହିଁ ମୁହିଁ ,

ଭୁଲ୍ ଯେବେ କିଛି କରିଅଛି ପ୍ରଭୁ

କ୍ଷମାକର ଭାବଗ୍ରାହୀ ।


ସୁଖ ଆଶା କେବେ କରିନି ଜୀବନେ

ଅଜାଡ଼ି ଦେଇଛ ପ୍ରଭୁ ,

ଏକମାତ୍ର ଆଶା ମୋର ଏହି ଆତ୍ମା

ଶ୍ରୀଚରଣେ ସ୍ଥାନ ଲଭୁ ।


Rate this content
Log in

Similar oriya poem from Classics