STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମାର ନାହିଁ ପିଚକାରି

ମାର ନାହିଁ ପିଚକାରି

1 min
200


ମାର ନାହିଁ ପିଚକାରି ଶ୍ୟାମ

ମାର ନାହିଁ ପିଚକାରି

ଲାଜରେ ମୁଁ ଯାଉ ଅଛି ସରି

ତୁମ ପ୍ରୀତିର ରଙ୍ଗରେ ରଙ୍ଗେଇ ଦେଲ

ତୁମ ଚୋରା ପୀରତି ଆମ ସାଥେ କରିଲ

ମାର ନାହିଁ ଶ୍ୟାମ ଆଖି ଠାର ମାର ନାହିଁ

ତୁମ ବାଙ୍କ ଚାହାଁଣି ରେ ପାରୁନାହୁଁ ରହି

ଭାବ କୁଞ୍ଜ କାନନ ରେ ବଂଶୀ ବାଜିଲା

ବଂଶୀ ଏକା ରାଧା ନାମ ଜପିଲା

ବାଜାଅନି ଶ୍ୟାମ ତୁମ ବଂଶୀ ବାଜାଅନି

ବଂଶୀର ସ୍ଵନ ତୁମ ପାଖକୁ ନେଉ ଅଛି ଟାଣି

ତୁମେ ଏମିତି ବେଶ ଧାରଣ କରିଛ

ତୁମରି ବେଶରେ ଗୋପୀର ଚିତ୍ତ ଚୋରାଉଛ

ମନ ମୋହନ ବେଶ ଶ୍ୟାମ ହୁଅନାହିଁ 

ତୁମରି ବେଶ ରେ ସଂସାରେ ଆଉ ମନ ଲାଗୁନାହିଁ

ଝୁଲଣ ଦୋଳି ରେ ତୁମେ ଝୁଲୁ ଅଛ

ତୁମରି ସ୍ଵର୍ସ ଆମକୁ ଦେଉଅଛ

ଝୁଲ ନାହିଁ ଶ୍ୟାମ ତୁମେ ଝୁଲ ନାହିଁ

ରାଧା କୃଷ୍ଣ ଏକ ଅଙ୍ଗ ହେଲ କାହିଁ ପାଇଁ

ଫଗୁଣରେ ଅବିର ଉଡେ ଆକାଶରେ

ତୁମରି ଅବିର ବୋଳି ଦେଉଅଛ ଆମରି ଦେହରେ

ଲଗାଅନି ଶ୍ୟାମ ତୁମ ରଙ୍ଗ ଆଉ ଲଗାଅନି

ତୁମରି ରଙ୍ଗ ଲାଗିଗଲେ କେବେ ଆଉ ଲିଭେନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics