Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Horror Tragedy Crime

3  

Satyanarayan Sahoo

Horror Tragedy Crime

ମହାଣ ଧରା

ମହାଣ ଧରା

1 min
148



ଲୁଚି ଲୁଚି ଖୋଜି ବାଳକ ଅନେକ

ଧରି ନିଏ ଛୁଆ ଧରା

ବଣ ଜଙ୍ଗଲ ଓ ତୋଟା ମାଳ କୋଳେ

ଜମାଇଛି ନିଜ ଆଡ୍ଡା ।

ବାହାରି ଆସେ ସେ ନାନା ବେଶ ବାସେ

ସାଜିଣ ତୁହାକୁ ତୁହା

କେହିବି ସନ୍ଦେହ କରନ୍ତି ନାହଁ ସେ

ଧରି ନିଏ ବୋଲି ଛୁଆ ।

ଅତି ମାରାତ୍ମକ ପୁଣି ଅତି ଧୂର୍ତ୍ତ

ଖୁଆଇ ନିଶା ଔଷଧ

ଭଙ୍ଗା, ପରିତ୍ୟକ୍ତ ବିଜନ ସ୍ଥାନ ରେ

ଶୁଆଇ କରି ଆବର୍ଦ୍ଧ ।

ଫେରି ଆସି ପୁଣି ଥରେ ଘେନିଯାଏ

ବିଜନ ସ୍ଥାନ ରେ ରଖି

ପ୍ରତି ଦିନ ନିତି ନିତି ଏହିପରି

ବେଉସା ଥାଏ ଚଳାଇ ।

ଧରା ପଡ଼ିଲେବି କୌଶଳେ ସେଠାରୁ

ଆସୁଥାଏ ନିତି ଖସି ।

କିନ୍ତୁ ଦିନେ ତାର ପୁରି ଉଠେ କାଳ

ଦଶ ବାର ବରସ ର

 ବାଳକ ଟେ ଲୁଚି ଛପି ଦେଖି ତାର

ଚକିତ ରହସ୍ୟ ଭାର ।

ଜଣାଇ ଦେବାରୁ ଜନେ ଲୁଚି ଛପି

ଦେଖିଲେ ତା' କାରନାମା

ଆଖି ଓ କିଡ଼ିନି ଚୋରାଇ ନେବ।ର

ଫନ୍ଦି ଓ ଫିକର ନାନା ।

ଗ୍ରାମ, ଓ ସହରେ ବୁଲି ବୁଲି ଦେଖେ

କେଉଁଠି ବିଜନ ସ୍ଥାନ

ଜଗି , ଜାଗି , ତହିଁ ଚଳାଏ ସେଇଠି

ନିଜର ବେଉସା ମାନ ।



Rate this content
Log in

Similar oriya poem from Horror