Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ମହାମିଳନ

ମହାମିଳନ

1 min
396


ନାଚି ନାଚି ମନ ଉତ୍ତାଳ ତରଙ୍ଗ

ଯେଉଁ ଠାରେ ଆସି କୂଳକୁ ଛୁଏଁ

ରତ୍ନ ସି°ହାସନ ନୀଳକନ୍ଦରରେ

ଆଶାର କିରଣ ସୂରୁଜ ଉଏଁ ।


ସାକାର ହୁଅଇ ଅଣାକାର ଭାବ

ଏକାକାର ହୁଏ ହୃଦୟ ମନ

ଅମୃତ ଆତ୍ମାର ହୁଏ ଉପଲବ୍ଧି

ପୁରୁଷ ହୁଅଇ ଶ୍ରୀ ପୁରୁଷୋତ୍ତମ ।


ଯହିଁ ରଙ୍କ ରାଜା ସଭିଏଁ ସମାନ

ପତିତପାବନ ଉଡଇ ବାନା

କଣିକାଏ ଅନ୍ନ ଶ୍ରୀ ମହାପ୍ରସାଦ

ନେତ୍ର ନିର୍ନିମେଷ ହରେ ଯାତନା ।


ବିରାଜିତ ଯହିଁ ହଳୀ ବଳରାମ

ବିରଜା ବିମଳା ସୁଭଦ୍ରା ଶକ୍ତି

ମହିମା ମଣ୍ଡିତ ଚକ୍ର ସୁଦର୍ଶନ

ମହାମିଳନର ପବିତ୍ର ସ୍ମୃତି ।


ସରଗ ସୁଷମା ବିମଳ ଜୋଛନା

ଶୁଭାଶିଷ ଯହିଁ ପଡଇ ଝରି

କୈବଲ୍ୟ ମୁକତି ସରଗ ଦୁଆର

ନୀଳାଚଳ ଧାମ ଶ୍ରୀକ୍ଷେତ୍ର ପୁରୀ ।


ବାସେ ମହମହ ମଳୟ ମହକ

ବଡ଼ଦାଣ୍ଡ ଧୂଳି ମୁଣ୍ଡରେ ବୋଳି

ସ୍ୱଚ୍ଛନ୍ଦେ ଆବର୍ତ୍ତେ ଏ ବିଶ୍ୱବ୍ରହ୍ମାଣ୍ଡ

ଚଳେ ନନ୍ଦିଘୋଷ ଅନ୍ଧାର ଚିରି ।


ଜଗନ୍ନାଥ ସ୍ୱାମୀ ସତ ଚିଦାନନ୍ଦ

ଦିବ୍ୟ ମାନବୀୟ ଲୀଳା ଦର୍ଶନ

ଭରେ ସାର୍ଥକତା ଜୀବନ କରମେ

ଦିଏ ସଦଗତି ମହାମିଳନ ।


Rate this content
Log in

Similar oriya poem from Classics