ମନ
ମନ
ପବନଠୁ ତୀବ୍ର ବେଗେ ଗତି ଯେ କରୁଛି
ଏଠି ଏବେ ଥାଇ ଲକ୍ଷେ ଯୋଜନ ଲଙ୍ଘୁଛି
ଭାବନା ରାଇଜେ କେବେ ବିବ୍ରତ ହେଉଛି
କେବେ ପୁଣି ଯେ ନିଜର ପରୀକ୍ଷା ନେଉଛି
ଭାବେ ବସି ମୁଁ ଏମିତି କାହିଁକି ହେଉଛି ??
ମଝିରେ ରହି ବୁଢିଆଣୀ ଜାଲ ସେ ବୁଣେ
କାମନାର ବଶବର୍ତ୍ତୀ ଯୌବନର ଦିନେ
ଭଲମନ୍ଦ ନବିଚାରି ବୁଲଇ କାନନେ
ଞ୍ଜାନୀ ବୋଲି ସର୍ବଦା ନିଜେ ନିଜକୁ ମଣେ
ଭାବେ ବସି ମୁଁ ଏମିତି ଯେ କେଉଁ କାରଣେ ??
ଅନେକ ପ୍ରଶ୍ନୋତ୍ତର ଖୋଜି ଯେବେ ପାଏନା
ବିରାମ ଦିଏ ଅଳ୍ପ ମୋର ସବୁ ଭାବନା
ମସ୍ତିଷ୍କ ପାଏ ପୁଣି ସେ ପ୍ରଶ୍ନର ଯାତନା
ଏ ମନ ତୁ ସୁଖଦୁଃଖର ମାତ୍ର ଠିକଣା
ସବୁ ଜାଣି ରହୁଥାଏ ସଦା ଆନମନା ।।