Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ଲକ୍ଷ୍ମୀ ନାରାୟଣ ବେଶ

ଲକ୍ଷ୍ମୀ ନାରାୟଣ ବେଶ

1 min
170



ପାଞ୍ଚ ବେଶ ହୋଇଥାଏ ପାଞ୍ଚ ଦିନ

ଶ୍ରୀକ୍ଷେତ୍ର ଶ୍ରୀ ମନ୍ଦିରରେ

ଶ୍ରୀଜୀଉ ଦର୍ଶନ ରତନ ବେଦୀରେ

ମହା ପଞ୍ଚକ ତିଥିରେ

ଲକ୍ଷ୍ମୀ ନାରାୟଣ ପ୍ରଥମ ଦିନରେ

ଠିଆକିଆ ବେଶ ହୋଇ

ବାଙ୍କ ଚୁଡ଼ା ବେଶ ଦ୍ଵାଦଶୀ ତିଥିରେ

ବାମନ ବେଶ ହୁଅଇ

ତ୍ରିବିକ୍ରମ ବେଶ ତ୍ରୟୋଦଶୀ ଦିନ

ଅନ୍ୟ ନାମ ଆଡ଼କିଆ

ଚତୁର୍ଦ୍ଦଶୀ ରେ ଲକ୍ଷ୍ମୀ ନୃସିଂହ ବେଶ

ବେଶ ହୁଏ ଡାଳକିଆ

ପୂର୍ଣ୍ଣମୀ ରେ ବେଶ ରାଜ ରାଜେଶ୍ୱର

ହୋଇଥାଏ ସୁନା ବେଶ

ବେଶ ଦର୍ଶନରେ ପୁଣ୍ୟ ଫଳ ପ୍ରାପ୍ତି

ଦେଖିବାକୁ ଭିଡ ବେଶ ।


ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ରୁ

ଶୟନରତ ଶ୍ରୀହରି 

କାର୍ତ୍ତିକ ଶୁକ୍ଳ ଏକଦଶୀ ତିଥିରେ 

ନିଦ୍ରା ଯାଏ ଅପସରି 

କାର୍ତ୍ତିକ ର ଶୁକ୍ଳ ଏକାଦଶୀ ତିଥି

ଶ୍ରେୟ ବଡ ଏକାଦଶୀ 

ହରି ଓ ହରଙ୍କ ପ୍ରିୟ ଏହି ତିଥି

ଉତ୍-ଥାନ ଏକାଦଶୀ

ଚାରିମାସ ଶୟନରତ ଶ୍ରୀହରି

ମହାଲକ୍ଷ୍ମୀ ସହ ଆପେ

ଦର୍ଶନ ଦିଅନ୍ତି ଭକ୍ତଙ୍କୁ ଅଚିରେ

ଲକ୍ଷ୍ମୀ ନାରାୟଣ ରୂପେ

ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ

ରତନ ସିଂହାସନରେ

ଶ୍ରୀଜଗନ୍ନାଥ ହିଁ ଶୋଭା ପାଇଥାନ୍ତି

ସ୍ଵୟଂ ବିଷ୍ଣୁଙ୍କ ରୂପରେ ।


ଶ୍ରୀଜୀଉଙ୍କ ମସ୍ତକେ ସ୍ୱର୍ଣ୍ଣ କିରୀଟ

ପଛ ପାର୍ଶ୍ଵେ ସ୍ୱର୍ଣ୍ଣକିଆ 

ସ୍ୱର୍ଣ୍ଣକିଆ ଠିଆ ହୋଇ ରହଇ

ତେଣୁ ନାମ ଠିଆକିଆ

ସୁବର୍ଣ୍ଣ ଅଳଙ୍କାର ଓ ପାଟବସ୍ତ୍ର

ପୁଷ୍ପମାଲ୍ୟ ସହିତରେ

ଶ୍ରୀଜୀଉଙ୍କୁ ବିଭୂଷିତ କରାଯାଏ

ରତନ ସିଂହାସନରେ

ଶ୍ରୀଜଗନ୍ନାଥଙ୍କ ବାମ ହାତେ ଶଙ୍ଖ

ଚକ୍ର ଡାହାଣ ହାତରେ

ଶ୍ରୀବଳଭଦ୍ର ବି ଧାରଣ କରନ୍ତି

ହଳ ମୁଷଳ ହାତରେ

ଦେବୀ ସୁଭଦ୍ରାଙ୍କ ସାଧାରଣ ବେଶ

ପିନ୍ଧି ସ୍ୱର୍ଣ୍ଣ ଅଳଙ୍କାର

କିରୀଟ ପଛରେ ସ୍ୱର୍ଣ୍ଣକିଆ ଠିଆ

ଦୁଇ ଜିଉ ଯେ ' ପ୍ରକାର ।


ଭକ୍ତ ନୟନର ଭୋକ ମେଣ୍ଟି-ଯାଏ

ସେହି ଦିବ୍ୟ ଦର୍ଶନରେ

ଧନ୍ୟ ମହାପ୍ରଭୁ ତୁମ ବେଶ-ଶୋଭା 

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରେ  ।



Rate this content
Log in

Similar oriya poem from Abstract