Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Classics Inspirational Others

3  

Bidyadhar Mantry

Classics Inspirational Others

ଉପଦେଶ

ଉପଦେଶ

1 min
123



ଯଦି ଶୀର୍ଷକୁ ଛୁଇଁବାର ଇଚ୍ଛା

ନିଜ ଶକ୍ତି ବଳରେ ଜାଗ୍ରତ ହୁଅ

କାହାକୁ ନିମ୍ନକୁ ଠେଲି,କିପରି ଉଠିବ?

ଶାସନ କରିବାକୁ ହେଲେ,ସଭିଙ୍କ ହୃଦୟରେ ରୁହ

ପ୍ରେମ ସହିତ ଶାସନ,ଅତି ସହଜ

କାହିଁକି କେହି ବୁଝୁ ନାହାନ୍ତି!

କଠୋର ହୋଇ ହୃଦୟକୁ ଆଘାତ ଦେବା ଅନୁଚିତ

ବିଳମ୍ବ ହୋଇନି,ସଭିଏଁ ବୁଝିବା ବିଧେୟ

ଶୁଣିବା ଓ ବୁଝିବା ନିହାତି ଜରୁରୀ

ନ ଶୁଣି କିପରି କାହାକୁ କେମିତି ବୁଝିବ!

ପ୍ରତିକ୍ରିୟାରେ କଥା ଅନ୍ୟ ରୂପ ନିଏ

କାର୍ଯ୍ୟ କିପରି ହେବ ସମ୍ଭବ! ଯଦି ଠିକ୍ ନ ବୁଝିବ!

ଶୁଣି ଶୁଣାଇ ବାର୍ତ୍ତା ପ୍ରତି ପ୍ରକ୍ରିୟାକରଣ ଅନୁଚିତ

ପରୀକ୍ଷା ସହ ଶୁଣିବା ବୁଝିବା ବିଧେୟ

ଯେମିତି ସେମିତି ପ୍ରତିକ୍ରିୟା କିପରି କରିବ?

ବୁଝିବା ବିନା ପ୍ରତିକ୍ରିୟା ବି ହିଂସା

ହଟାତ ହିଂସ୍ରକ ହେବା ଠିକ୍ ନୁହେଁ

କର୍ମ ସମ୍ପାଦନ ବେଳେ ଭୁଲ୍ ବି ହୁଏ

ସାଧାରଣ କଥାକୁ ବୁଝିବା ବିଧେୟ

ଛୋଟ କଥାକୁ ବିରାଟ ରୂପ ଦେବା ହିଁ ଅନୁଚିତ

ସେହି ସମୟ ହିଁ ଖରାପ ଲାଗିବା ସମୟ

ଈଶ୍ୱରଙ୍କ ଠାରୁ କ୍ଷମା ପାଇବା ଆଶା ରଖି

କ୍ଷମା କରିବା ବି ଆଦର୍ଶ ବିଚାର

ସଭିଙ୍କୁ କ୍ଷମା ଦିଆ ଯାଉନି,ଏହା ବି ସତ୍ୟ

କିନ୍ତୁ କ୍ଷମା କରି ଜଣେ ମହାନ୍ ହୋଇ ପାରିବ ।


Rate this content
Log in

Similar oriya poem from Classics