ମହାମାରୀ (କରୋନା)
ମହାମାରୀ (କରୋନା)
ଏ ସୁନ୍ଦର ପୃଥିବୀରେ ଦୂର ଦୂର ବ୍ୟାପି
ନିଶ୍ଚଳ ନିସ୍ତବ୍ଧ ଏ ମାଟି,
ଯେଉଁ ଆଡେ ଆଖି ଫେଡ଼ିଲେ
ମରୁଭୂମି ତାତି |
ଯିଏ ମୃତ୍ୟୁକୁ ଭୟ ନକରି
ମାରୁଥିଲା ବାହାସ୍ପଟ,
ଆଜି ସେ କେଉଁ ଗହୀରେ ଚମ୍ପଟ |
ଏଠି ମହାମାରୀ କାହାକୁ ଛାଡେନି,
ଉଚ୍ଚ ନୀଚ୍ଚ ଦେଖି ଜୀବନ ନିଏନି |
ଚାହଁ ଯଦି ବିଶ୍ୱ ର ମଙ୍ଗଳ,
ଖେଳ ନାହିଁ ପ୍ରକୃତି ସହ ଖେଳ |
ପ୍ରତ୍ୟେକ ପ୍ରତ୍ୟେକେ ସହ ରୁହ ବିଚ୍ଛେଦ,
ମନେ ନ କରି ଅଷ୍ଟାଦଶ ଶତାବ୍ଦୀର ଜାତି ଭେଦ |
ଫେରି ଆସିବ ପୁଣି ନୂଆ ସକାଳ,
ଭଗବାନ ନାମ ସ୍ମରଣେ ହେବ ଜନ ମଙ୍ଗଳ |