STORYMIRROR

mir mustakim alli

Others

4  

mir mustakim alli

Others

ବଡ଼ଦାଣ୍ଡ

ବଡ଼ଦାଣ୍ଡ

1 min
21

ଜନନୀ ଜନ୍ମଭୂମି ପବିତ୍ର ମାଟି 

ମାଁ ଉତ୍କଳ ରାଣୀ ରେ ଶ୍ରୀକ୍ଷେତ୍ର ପୁରୀ,

ରଥଯାତ୍ରାର ମଧୁ ପାର୍ବଣ ଆଜି 

ଆଣିଦିଏ ପୃଥିବୀ ବାସୀଙ୍କ ପ୍ରାଣରେ

ତନ୍ମୟତା, ଶାନ୍ତି, ମୈତ୍ରୀ।

ଆଷାଢ଼ ମାସ ଶୁକ୍ଳ ଦ୍ଵିତୀୟା ତିଥି

ଘନ ଘନ ପୂର୍ଣ୍ଣ ବଡ଼ଦାଣ୍ଡେ ଅତିଥି ।

ନନ୍ଦିଘୋଷ, ତାଳଧ୍ଵଜ ଓ ଦେବଦଳନ 

ଘର୍ଘର ନାଦ କରି ବଡ଼ଦାଣ୍ଡେ ଚଳନ।

ରଥ ଉପରେ ଫର ଫର ଉଡୁଥାଏ କେତନ,

ଭକ୍ତମାନେ ଅନାଇଥାନ୍ତି ଫେଡି ନୟନ।

ଭକ୍ତଗଣଙ୍କୁ ସମ୍ବୋଧନ କରି ,

ରଥ ଉପରେ ଡାହୁକ ବେତ ହଲାଇ,

ଜନତାର ମନକୁ ଉଚ୍ଚାଟ ଅବସରରେ ,

ବାଜିଉଠେ କାହାଳୀ, ଘଣ୍ଟ ରଥପରେ।

ଆକାଶ ଅବନୀ ଶବ୍ଦାୟିତ ହୋଇଉଠେ,

ମର୍ଦ୍ଦଳର ପ୍ରବଳ ରୋଳରେ ।

ଉଦ୍ଭାସିତ ହେଇଯାଏ ନୂତନ ଉନ୍ମାଦନା

ପ୍ରତ୍ୟେକଙ୍କ ମନରେ ,

ଖେଳିଯାଏ ଜଗନ୍ନାଥଙ୍କ ଭାବନା ସଭିଙ୍କ 

ଶିରା ପ୍ରଶିରା ରେ।

ଶ୍ରୀକ୍ଷେତ୍ର ପାଲଟି ଯାଏ ଜନସମୁଦ୍ର,

ସର୍ବ ମୁଖ ନିଃସୃତ 

ମଞ୍ଚ ସ୍ନାନଂ ରଥବରଗତିଃ ଶାୟନଂ ଚାୟନେ ଦ୍ୱେ

ପାର୍ଶ୍ୱ ବୃତ୍ତିଃ ଶୟନ ନିବୃତ୍ତି ପାବୃତ୍ତୈ ପୁଷ୍ୟପୂଜା

ଦୋଳଯାତ୍ରା ଦମନକମହୋତାକ୍ଷ ପୂଜା ତୃତୀୟା

ଚୈକଂ ଯାତ୍ରା ବିଧନିଗଦିତା ଦ୍ୱାଦଶୈତା ନରେନ୍ଦ୍ର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍