Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

mir mustakim alli

Others

3  

mir mustakim alli

Others

ଶ୍ରମିକ ମୁଖରୁ ଇଟାପାଇଁ

ଶ୍ରମିକ ମୁଖରୁ ଇଟାପାଇଁ

1 min
194


ମୂକ ହୋଇ ଠିଆ ହୋଇଛୁ ସ୍ତମ୍ଭ ସ୍ତମ୍ଭରେ

କାହିଁ ଚାଲି ପାରୁନୁତ ସ୍ଥାନ ସ୍ଥାନରେ

ଚାଲୁଛୁ କିଛି ସ୍ଵଳ୍ପ ଟଙ୍କାର ଆୟ ବ୍ୟୟରେ ।


ଆହା କହିବାକୁ ପଡୁଛି ତୋତେ

  ଆଜି ତୁ ମୋର

  କାଲି ଆଉ କାହାର ।

ଜୀବନ ଅଙ୍କ ସାଜିଛୁ ଆଉ କାହାର

ପରିବର୍ତ୍ତନ ଏକ ଭିନ୍ନ ଢ଼ଙ୍ଗରେ ।

ବାଃ ବାଃ କହିବାକୁ ସବୁ ମସଗୁଲ

ହେଲେ ମୁଁ ......

ମୋ ଶବ୍ଦରୁ  ଠ ଠା

ବୁଝିପାରୁନୁ ପାଣି ଫୋଟକା ।


ତୋତେ ଗୁନ୍ଥିଦେଲେ ଚକଟା ବାଲି ସିମେଣ୍ଟରେ

ମୁଁ ଘାଣ୍ଟି ହେଉଛି ତୋ ପାଇଁ କାଦୁଅରେ ।

ଆହୁରି ଆହୁରି ଢେର୍ କରିବି

ତୋ ପାଇଁ ମୁଁ ମରିବି

ତୁ ଆଉ କାହା ପାଇଁ ମରିବୁ ।


ହେଲେ ମୋର ଦୁଃଖ ନାହିଁ

ତୁ ମନ ପକାଇବୁ ଏତିକି

ମୁଁ ତୋର କିଏ ?


ତୋର ଆଜି ଖିଲି ଖିଲି ହସ

କାଲି ନ ଥିବ ତୋର ଏ ଭେକ,

ମାଟିର ମଣିଷ ମଶିବି ମାଟିରେ

ଥରି ଉଠିଲେ ଥରେ ତୁ ବି ମିଶିବୁ ମାଟିରେ ।


Rate this content
Log in