STORYMIRROR

mir mustakim alli

Romance

3  

mir mustakim alli

Romance

ଗଲା ସେହିଦିନ କାହିଁ ?

ଗଲା ସେହିଦିନ କାହିଁ ?

1 min
178

ହସ ହସ ତୁମ ଅଧର

       ଗଲା ସେହିଦିନ କାହିଁ ?

ଖୋଜୁଛି ମୁଁ ତୁମକୁ ଚାରିଆଡ଼େ

       ପାଉନାହିଁ ପାଉନାହିଁ।


ରଙ୍ଗ ଢଙ୍ଗ ଚାଲି ତୁମର

       ଗଲା ସେହିଦିନ କାହିଁ ?

ଖୋଜୁଛି ମୁଁ ତୁମକୁ ଚାରିଆଡ଼େ

       ପାଉନାହିଁ ପାଉନାହିଁ।


ତୁମ ସହ ଖେଳୁଥିଲି ଲୁଚକାଳି

          ଆମ୍ବ ତୋଟା ମୂଳେ, 

ଯାହା ମିଳୁଥିଲା

       ଖାଉଥିଲୁ ଫାଳେ ଫାଳେ।


ଆଖିକୁ ଆଖି ମିଶାଇ ବସୁଥିଲୁ ଘଣ୍ଟା ଘଣ୍ଟା

        ସେହିଦିନ ଚାଲିଗଲା ଗଲା ଚାଲି,

ଲୁହ ଝରିପଡୁଥିଲା ଟୋପା ଟୋପା

        ଫେରି ପାଇବୁନି ଆଉ କାଲି।


ମନେପଡେ ସେହିଦିନ ର ଦୁହିଁଙ୍କ ଗପ

        କାହିଁ ଗଲା ସେହି ହସ,

ପହିଲି ଦିନର ଅବୁଝା କଥା

        ଆଉ କାହିଁ ତାହା ନାହିଁ ?


ମଜାଳିଆ କଥା ଶୁଣିବାକୁ

      ମନ ମୋର ହେଉଥିଲା,

ହେଲେ ଲାଜରେ ତୁମର ମୁହଁ

        ଝାଉଁଳି ଯାଉଥିଲା।


ଖୋଲି ଦେଇ କହୁଥିଲା

      ତୁମ ସେହି ନାଲି ଅଧର,

ଦେଖିବ ଆସ ଦୁହିଁଙ୍କ

         ମିଳନ ର ସାଗର।


ବସି ଦେଖୁଥିଲୁ ଦୁହେଁ

      ଅନାଇ ରହିଥିଲୁ ଦୂର ଗଗନକୁ,

ଯେମିତି ଲାଗୁଥିଲା ପାଇଗଲୁ

      ଆମେ ଆମର ସପନ ଘରକୁ।


ଘର ଘର ଭଳି ଲାଗୁ ନ ଥିଲା 

    ଦେଖା ଯାଉଥିଲା ତାଜମହଲ ପରି,

ଗଲା ସେହିଦିନ କାହିଁ ?


ଆମ ବାହାଘର ପରେ

      କାହିଁ ଆଉ ଦେଖା ଯାଉ ନାହିଁ

      ଗଲା ସେହିଦିନ କାହିଁ ?


           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance