STORYMIRROR

mir mustakim alli

Others

3  

mir mustakim alli

Others

ପ୍ରାର୍ଥନା

ପ୍ରାର୍ଥନା

1 min
205

ମୃତ୍ୟୁ ପୂର୍ବରୁ

ଜାଣିପାରୁ ନ ଥିଲେ

ସେ କେତେ ଭଲ କେତେ ମନ୍ଦ,

ଆନ୍ଦୋଳିତ ହେଉଥିଲା

ହିଂସା ଅହଙ୍କାର ମନରେ

ତାଙ୍କ ପରିଚୟ ଅନ୍ୟଠୁ ଶୁଣିଲେ। 


ମୃତ୍ୟୁ ପରେ

କେଇଖଣ୍ଡ ଫୁଲ ମାଳ ନେଇ

ଟାଙ୍ଗିଦେଲେ ତାଙ୍କ ଫୋଟରେ,

ଦୀପ ଧୂପ ସଜାଇଲେ ତାଙ୍କ ନିକଟରେ।


ଛୋଟ ଛୋଟ ପିଲାଙ୍କ ପରି

ଧାଡ଼ି ବାନ୍ଧି ହୋଇ

ଦୁଇ ହାତ ଯୋଡ଼ି

ନତ ମସ୍ତକ କଲେ

ତାଙ୍କ ଫୋଟ ସାମନାରେ ।


ବଦଳିଗଲା ମନରେ ଥିବା

ଅସ୍ତିତ୍ବ ପରିଭାଷା

ଝାଉଁଳିଗଲା ଶୁଖିଲା ଫୁଲ ପରି

ମନରେ ଥିବା ତୃଟି ସବୁ,

କହିଲେ ସଭିଙ୍କୁ

ସେ ଥିଲେ ଭଲ କେତେ ଭଲ

ଦୋଷ ଆରୋପ କରିଦେଲେ ମାଫ୍,

ଆତ୍ମା ତାଙ୍କର

ସଦଗତି ହେବ କିପରି

ପ୍ରାର୍ଥନା କଲେ ଭଗବାନଙ୍କୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍