STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ମହାଗୌରୀ

ମହାଗୌରୀ

1 min
4


   

ନବରାତ୍ରୀ ଅନୁଷ୍ଠାନ ଧାରା କ୍ରମେ

ଅଷ୍ଟମୀ ତିଥି ରାତ୍ରୀରେ

ଦୁର୍ଗାଙ୍କର ମହାଗୌରୀ ଶକ୍ତି ରୂପ

ଦର୍ଶନ ହୁଏ ଅଚିରେ

ଦେବୀଙ୍କର ସୌମ୍ୟ ରୂପ ସହିତରେ

ଶରୀରର ବର୍ଣ୍ଣ ଗୌର

ଶ୍ଵେତ ବସ୍ତ୍ର ପରିହିତା ଚତୁର୍ଭୁଜା

ବିରାଜ ନନ୍ଦୀ ଉପର 

ବୃଷଭ ବାହିନୀ ତ୍ରିଶୂଳ ଧାରିଣୀ 

ଡମ୍ବରୁ ଧରି ହସ୍ତରେ

ଅଭୟ ମୁଦ୍ରାରେ ଦେବୀଙ୍କର ରୂପ

ଶୋଭା ଶୁଭ୍ରତାର ଧାରେ


ପାର୍ବତୀ ନାମରେ ଜନ୍ମିଥିଲେ ଦେବୀ

ଅଛି ପୌରାଣିକ ମତ 

କଠୋର ତପସ୍ୟା ଧାରେ ଥିଲେ ମଗ୍ନ

ଶିବ ପ୍ରାପ୍ତି ପାଇଁ ବ୍ରତ 

ତପସ୍ୟା ସାଧନ ଅନ୍ନ ଜଳ ବିନା

କ୍ରମେ ଶରୀର ମଳିନ

ଶରୀରର ରଙ୍ଗ ହେଲା କଳା ବର୍ଣ୍ଣ 

ତଥାପି ଦୃଢ଼ତା ପଣ 

ତପସ୍ୟା ବଳରେ ଶିବଙ୍କ ପ୍ରସନ୍ନ

ଅଚିରେ ହେଲା ସ

ମ୍ଭବ

ଶରୀରର ବର୍ଣ୍ଣ କଳା ରଙ୍ଗ ଜାଣି

ନିଦାନ କଲେ ବି ଶିବ

କ୍ରମେ ଗଙ୍ଗା ଜଳେ ଧୌତ ହେଲା ଅଙ୍ଗ

ଶୁଭ୍ରତା ହେଲା ଶରୀର 

ମହାଗୌରୀ ନାମେ ହେଲେ ପରିଚିତ

ମହିମା ପୁଣି ଅପାର

ବିଭିନ୍ନ ପୁରାଣେ ଭିନ୍ନ ଭିନ୍ନ ମତ

ମହାଗୌରୀ ସମ୍ପର୍କରେ

କଳା ରଙ୍ଗ ହଟି ଗୌର ବର୍ଣ୍ଣ କଥା 

ପ୍ରାୟତଃ ସିଦ୍ଧାନ୍ତ ଧାରେ


ଦେବୀ ମହାଗୌରୀ ସଦୟ ହୁଅନ୍ତୁ

ସମାଜକୁ ଦିଅ ବାର୍ତ୍ତା

ଶରୀରର ରଙ୍ଗ କଳା ଅବା ଧଳା

ନାହିଁ କିଛି ପାର୍ଥ୍ୟକତା !!

କନ୍ୟା ରଙ୍ଗ କଳା ଚିନ୍ତାର ବିଷୟ

ଆଜିର ଏ ସମାଜରେ

ଗୋରୀ କନ୍ୟା ପ୍ରତି କିମ୍ପା ଦୁର୍ବଳତା

ବୁଝି ଅବୁଝା ମନରେ 

କାଳିଆ ସାଆନ୍ତ ଏ କଳି କାଳରେ

କଳା ବୋଳି ଶ୍ରୀମୁଖରେ

କଳି କାଳେ କଳା ରଙ୍ଗ ପ୍ରତି ପ୍ରେମ

ଭାବନା ରହୁ ହୃଦରେ...!!!!



Rate this content
Log in

Similar oriya poem from Abstract