Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ମହାଗୌରୀ

ମହାଗୌରୀ

1 min
261



ଦୁର୍ଗା ମାତାଙ୍କର ଅଷ୍ଟମ ଶକତି

ନାମ ତାଙ୍କ ମହାଗୌରୀ

ଆଠ ବରଷର କନ୍ୟା ରୂପୀ ମାତା

ଗଉର ବର୍ଣ୍ଣ ତାଙ୍କରି ।


ଶିବଙ୍କୁ ପାଇବେ ପତି ରୂପେ ବୋଲି

କରିଲେ କଠୋର ତପ

ତପ ଆଚରଣ କରିବାରୁ ହେଲେ

କଳାକାଠର ସ୍ୱରୂପ ।


ପ୍ରସନ୍ନ ହୋଇଣ ସଦାଶିବ ଗଙ୍ଗାଜଳେ

ଧୋଇ ମାଜି ଦେଲେ

ଗୌର ବର୍ଣ୍ଣ ହେଲା ଦେବୀଙ୍କର ରୂପ

ମହାଗୌରୀ ବୋଲାଇଲେ ।


ଶ୍ୱେତ ବୃଷାରୂଢା ଶ୍ୱେତାମ୍ବରା ମାତା

ବିଦ୍ୟୁତ୍ ପ୍ରଭା ସମ କାନ୍ତି

ଚତୁର୍ଭୁଜା ଉର୍ଦ୍ଧ୍ଵ ଦକ୍ଷିଣ ହସ୍ତରେ

ଅଭୟ ସଦା ଦିଅନ୍ତି ।


ନିମ୍ନ ହସ୍ତେ ଥାଏ ତ୍ରିଶୂଳ ବାମ

ଉର୍ଦ୍ଧ୍ଵ କରେ ଡମ୍ବରୁ ଥାଏ

ନିମ୍ନ ବାମ କର ବରଦ ମୁଦ୍ରାରେ

ମାତାଙ୍କର ରହିଥାଏ ।


ଶାନ୍ତ ରୂପ ତାଙ୍କ ଦୁର୍ଗୋତ୍ସବ ବେଳେ

ଅଷ୍ଟମ ଦିବସ ଦିନ

ମହାଗୌରୀ ରୂପେ ପୂଜା ପାଇଥାନ୍ତି

ଏହାହିଁ ବିଧି ବିଧାନ ।


ସଦ୍ୟଫଳଦାୟୀ ଅମୋଘ ଶକତି

ମାତାଙ୍କ କୃପାରୁ ମିଳେ

ସକଳ କଳ୍ମଷ ପାତକ ବିନାଶେ

ଦୁଃଖ ଦୈନ୍ଯ ସବୁ ଟଳେ ।


ପବିତ୍ର ହୁଅଇ ଭକତ ତାଙ୍କର

ଲଭଇ ଅକ୍ଷୟ ପୁଣ୍ୟ

ଧ୍ୟାନ ସ୍ମରଣ ପୂଜନ ଆରାଧନା

ଦିଅଇ ସର୍ବ କଲ୍ୟାଣ ।


ସବୁ ଅସମ୍ଭବ ସମ୍ଭବ ହୁଅଇ

ମାତାଙ୍କର କୃପା ବଳେ

ଅସତ ବିନାଶ ହୁଏ ଭକତର

ସତ ପଥରେ ସେ ଚଳେ ।


Rate this content
Log in

Similar oriya poem from Abstract