Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sitansu Jena

Action Classics Inspirational

3  

Sitansu Jena

Action Classics Inspirational

ମହା ମୁକ୍ତିର ଦିବସ

ମହା ମୁକ୍ତିର ଦିବସ

1 min
180



ଭାସି ଆସୁଅଛି କୋଣ ଅନୁକୋଣୁ

ମୁକ୍ତିର ସଙ୍ଗୀତ ରହି

ଚନ୍ଦନ ଚନ୍ଦଚ ବାସ ଚହଟୁଛି

ପୁଣ୍ୟ ନଦୀ ଯାଏ ବହି।

ଆନନ୍ଦେ ବିହଙ୍ଗ ଗାଉଅଛି ଗୀତ

ଉଡେ ଶାନ୍ତିର କପୋତ

ନୈବେଦ୍ୟଥାଳିରେ ମୋମାଆର ପାଦ

ମଥା ନଇଁ ପ୍ରଣିପାତ।

ଗହ ଗହ ନାଦେ ବିଜୟ କାହାଳୀ

ବାଜୁଅଛି ରହି ରହି

ପୂର୍ଣ୍ଣ କୁମ୍ଭ ରମ୍ଭା ବୃକ୍ଷ ଶୋଭା ଦିଶେ

ମୁରୁଜେ ଅଙ୍କିତ ସହି।

ବୀର ପ୍ରସାବିନୀ ଭାରତ ଜନନୀ

ହସେ ଖିଲିଖିଲି ହୋଇ

କୋଟି କୋଟି ବିର ଅଞ୍ଜଳି ବାଢ଼ନ୍ତି

ମାଆ ପାଦ ଧୋଇଦେଇ।

ନଗର ପାଟଣା ଅବା କା ଅଗଣା

ଉଡେ ଜାତୀୟ କେତନ

ମୁକ୍ତିର ଦିବସ ଅଗଷ୍ଟ ପନ୍ଦର

ବିଶ୍ୱେ କେତେ ସ୍ୱାଭିମାନ।

ଗୀର୍ଜା ମନ୍ଦିର ଚର୍ଚ୍ଚ ମସଜିଦ

ସମବେତ ସ୍ୱର ଶୁଭେ

ଜାତୀୟ ସଙ୍ଗୀତେ ନିନାଦିତ ହୁଏ

ଗୋରା ଚାଲିଗଲେ ଯେବେ।

ଯଜ୍ଞ ବେଦିରେ ମହାମନ୍ତ୍ର ବେଦ

ଆହୁତି ଦେଉଛି ଆଜ

ଉପାସନା ହୁଏ ଭାରତ ମାତାର

ପାଇବାକୁ ପଦ ରଜ।

ଭାରତ ରମଣୀ ବୀର ବିରାଙ୍ଗନା

ହାତେ ପୁଷ୍ପାଞ୍ଜଳି ଦେଇ

ଆନତ ମସ୍ତକ ତା ପାଦରେ କରି

ଫିରିଙ୍ଗି ଗଲା ପଳାଇ।

ଉଲ୍ଲାସର ପର୍ବ ଜାତୀର ଜନକ

ମୋ ବାପୁ କାନ୍ଦନ୍ତି କଇଁ

କେତେକେତେ ବୀରପ୍ରାଣବଳୀଦେଲେ

ମା କରଜ ସୁଝା ପାଇଁ।

ମାଆ କାନ୍ଦୁଅଛି ବାହୁନି ବାହୁନି

ଉଠୁରେ ପୁତ ଉଠୁ

ସେରକ ପୁରିଲା ମାଣକ ପୁରିଲା

ଦୁଧ ଭାତ ଦେବି କୋଉଠୁ।

ପତ୍ନୀ କାନ୍ଦୁଅଛି ସ୍ୱାମୀଙ୍କୁ ହରାଇ

ଉଠ ଆଜି ଶୁଭ ଦିନ

ଯାହା ପାଇଁ ସାରା ଜୀବନ ବିତିଲା

ଆଜିତ ମୁକ୍ତିର ଦିନ।

ଜୟ ଜୟ ଜୟ ଭାରତ ମାଆ ମୋ

ତୋ ପାଦେ କୋଟି ପ୍ରଣାମ

ଲଭନ୍ତୁ ଜନମ ମୋ ବୀର ସନ୍ତାନ

ନମଃ ନମଃ ନମଃ ନମଃ। l




Rate this content
Log in

Similar oriya poem from Action