STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ମୃତ୍ୟୁ ଲୋକେ ଯିଏ

ମୃତ୍ୟୁ ଲୋକେ ଯିଏ

1 min
389


ମୃତ୍ୟୁ ଲୋକେ ଯିଏ ଜନମ ଲଭିଛି

      ମରଣ କୁ କିଆଁ ଡର

ନିଜର ସମୟ ପୁରା ହୋଇଗଲେ

      ଫେରିଯିବା ନିଶ୍ଚେ ସାର।

ଆୟୁ ନିର୍ଦ୍ଧାରିତ ଜୀବନରେ ସଦା

       ପୁଣ୍ୟ କର୍ମ କରିଯିବା

ଆସୁ ନା ବିପଦ ଆସୁ ଝଡ଼ ଝଞ୍ଜା

       ସେଥିକୁ କାହିଁ ଡରିବା।

ଡ଼ରିବା ସର୍ବଦା ଇଶ୍ଵର ଶକ୍ତିକୁ

       ଅବଗୁଣ ବଦନାମ

ସତ୍ୟ ପଥେ ରହି ସୁକର୍ମ କରିଲେ

       ଜିଣି ପାରିବ ମରଣ।

ମଣିଷ ଶରୀର ରଥେ ବିଦ୍ୟମାନ

        ସାଧନ ରୂପୀ ଆତ୍ମନ 

ଧରମ କରମ ପଥେ ଚାଳି ନେଇ

        ପୂର୍ବ କର୍ମ ର ପୂରଣ ।

ଶେଷରେ ବାହୁଡେ ଏକା ଶୂନ୍ୟ ହସ୍ତେ

        ଆୟୁ ସରି ସରି ଯାଏ

 ଉତ୍ତମ ମାନର କର୍ମ ଫଳ ନେଇ

         ସଦଗତି ପାଇଥାଏ।

ଏଇତ ସଂସାର ଏଇତ ଜୀବନ

         କାଳିଆ ଯେ ରହେ ସାକ୍ଷୀ

ଏହା ପରେ ଆଉ ମିଳିବ କି ନାହିଁ

         ଉଡ଼ିଗଲେ ପ୍ରାଣ ପକ୍ଷୀ


Rate this content
Log in

Similar oriya poem from Action