STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ସମୟ ଭୁଲ୍ କରେନାହିଁ

ସମୟ ଭୁଲ୍ କରେନାହିଁ

1 min
260


ଶିଶୁଟିଏ ନିଏ ଯେବେ ଜନ୍ମ ନକାନ୍ଦିଲେ ଭୟ ପଶିଯାଇ

କାନ୍ଦିବା ଜରୁରୀ ସେ ଶିଶୁଟି, ସମୟ ଏକଥା ହିଁ କୁହଇ,


ଚାଲିଲେ ଶିଶୁକୁ ଝୁଣ୍ଟାଏ ସମୟ, ଆଣ୍ଠୁ ତା' ଖଣ୍ଡିଆ ହୁଅଇ

ପଡ଼ିଲେ ହିଁ ଶିଖିବ ସେ ଚାଲିବା, ସମୟ ଭୁଲ୍ କରେନାହିଁ,


ଆଖିର ନଦୀରେ ବନ୍ୟା ଯଦି ଆସେ, ବୁଡ଼ିବାର ଭୟ ନାହିଁ

ମନର କ୍ଷେତରେ ସମୃଦ୍ଧି ଆସିବ, ସମୟ ଭୁଲ୍ କରେନାହିଁ,


ନୀରବ ଯାତନାର ଯାତ୍ରା ବାଟୋଇଟେ ନିଃଶବ୍ଦ କାନ୍ଦଇ

ହସ ପାଇଁ ଆଖି ଭିଜିବା ଜରୁରୀ, ସମୟ ଭୁଲ୍ କରେନାହିଁ,


ବିଶ୍ୱାସ ପ୍ରଭୁ ପାଖେ ରଖ, ପ୍ରଭୁ ବିନା ଫୁଲ ଫଳ ନାହିଁ

ବିବେକ ଗଛ ମରେନି କେବେ, ସମୟ ଭୁଲ୍ କରେନାହିଁ,


ମାଟି ହିଁ ତ ଦେଖାଏ ପଥ, ଚାଲିବାକୁ ହେବ ପାଦ ଦେଇ

ପାଦେ କଣ୍ଟା ପଶୁଛି ତ ପଶୁ, ସମୟ ଭୁଲ୍ କରେନାହିଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract