STORYMIRROR

Kabiratna Nutan Kumar Behera

Abstract Action

4  

Kabiratna Nutan Kumar Behera

Abstract Action

ଇଚ୍ଛାମୟ ତୁମେ ହେ ଠାକୁର

ଇଚ୍ଛାମୟ ତୁମେ ହେ ଠାକୁର

1 min
385

    

ଇଚ୍ଛାମୟ ତୁମେ ହେ ଠାକୁର

         ଇଚ୍ଛାରେ ତୁମର........

ଚାଲୁଛି ଏ ସାରା ସଂସାର,

       ଗୁହାରି ଶୁଣ ଟିକିଏ ମୋର

କରୁଛି ଜୁହାର.........

ଏ ଅଧମକୁ କରୁଣାକର,

      ଇଚ୍ଛାମୟ ତୁମେ ହେ ଠାକୁର...।୦।

ତୁମେ କୃପାସିନ୍ଧୁ ଦୟା ସାଗର

       ତୁମେ ଦୀନବନ୍ଧୁ ଦୁଃଖିଜନର,

ତୁମେ ଅନ୍ତର୍ଯ୍ୟାମୀ ଏ ଦୁନିଆଁର

        ତୁମ ଛଡ଼ା କିଏ ହେବ ନିଜର?୧।

ଜନମ ଦେଇଛ କରି ଆଦର

     ତୁମେ ହିଁ କରତା ମୋ ଆପଣାର,

ସୁଖ ଦୁଃଖ ଯା ବି କର ବିଚାର

         ସହିବି ଆଶିଷ ଭାବି ତୁମର।୨।

ଇଚ୍ଛାମୟ ତୁମେ ହେ ଠାକୁର...

ତୁମେ ସତ୍ୟନାଥ ତୁମେ ସୁନ୍ଦର

       ତୁମେ ସଚ୍ଚିଦାନନ୍ଦ ନିରାକାର,

ତୁମେ ଦୟାମୟ ପ୍ରଭୁ ହେ ମୋର

       ମୋ ଭରସା ବିଶ୍ବାସ ରଖ ସ୍ଥିର।୩।

ତୁମ ଇଚ୍ଛା ଘେନି କରମ ମୋର

          କରୁଥିବି ମୁଁ ନିତି ନିରନ୍ତର,

ଥାଇ ତୁମେ ମୋ ହୃଦୟରେ ଚିର

     ଦେଖାଅ ବାଟ ଆଖି ଆଗେ ମୋର।୪।

ଇଚ୍ଛାମୟ ତୁମେ ହେ ଠାକୁର...

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract