STORYMIRROR

Akshaya Dash

Tragedy Action Inspirational

4  

Akshaya Dash

Tragedy Action Inspirational

ମହା ଦୀପ ମା

ମହା ଦୀପ ମା

3 mins
85

ଜଳୁଥାଏ ଦୀପ   ଠାକୁର ମନ୍ଦିର 

ଦୁଆରର

ବୃନ୍ଦାବତୀଙ୍କର କତୀ,

ଉଜାଗର ସାରା ହଟଇ ଅନ୍ଧାର 

ଘରବାହାର

ଦିବାକର ସମ ଗତି।

ଜଳୁଥାଇ ଦୀପ ଗଛ ଦିଏ ଫଳ

କୋଳାହଳ 

ପକ୍ଷୀଙ୍କ କାକଳି ରାବ ,

ଅଗଣାର ଫୁଲ ମହକ ଫଗୁଣ 

 ରଙ୍ଗପସରା 

ସଭିଙ୍କୁ ଆପଣା ଭାବ।

ଜଳୁଥାଏ ଦୀପ  ଚାନ୍ଦିନୀ ଆକାଶ 

ତାରାଫୁଲ 

ଭରା ସାରା ଏଣେ ତେଣେ ,

ଶୀତକି ବସନ୍ତ  ଅନନ୍ତ ଆନନ୍ଦ 

କୁପମଣ୍ଡୁକ

ଆପଣା ସମ୍ରାଟ ମଣେ।

ଜଳୁଥାଏ ଦୀପ ଆକାଶ ପ୍ରଦୀପ

ମଙ୍ଗଳାଙ୍କୁ 

ଆବାହନ ଧ୍ୟାନ କରି ,

ଅନ୍ନ, ବସ୍ତ୍ର, ସଦା ପୁର୍ଣ୍ଣ କର ମାତା 

ଶକ୍ତିମିଳଇ 

ହାରିବାର ନାହିଁ ନାରୀ।

ଜଳୁଥାଏ ଦୀପ ଜଳାଇ ତନୁକୁ 

ପାଉଁଶବି 

ଅତୁଟ ବିଶ୍ଵାସ  ଗୁଣ,

ଟିପଟିଏ ନେଇ ମୁଣ୍ଡରେ ଦେଇ

ଭସ୍ମକରଇ 

ଦୁଃଖ ରୋଗ ସବୁ ଜାଣ।

ଦୀପ ଜଳୁଥାଏ ମାଆହିଁ ମଙ୍ଗଳା

ତାଙ୍କପାଇଁ 

ଆଲୋକ ଶକତି ଧାରା ,

ନିଜକୁ ସଜାଡି ଅଜାଡ଼ି ବର୍ଷୁଛି 

ପୁଷ୍ପପରାଗ 

 ପରିବାର ପଥ ସାରା।

 ଠାକୁରାଣୀ ପରି ସିନ୍ଦୂର ଧରି 

ପବିତ୍ରତା 

 ମମତାର ନାହିଁ ଅନ୍ତ,

ଅନ୍ନପୂର୍ଣ୍ଣା  ହାତର କିସୁଆଦ

ଶୃତିରେଆଙ୍କେ 

ମିଲାନ୍ତାକି ଦରଶନ।

ଦୀପଟି ଜଳେ ଧରିତ୍ରୀର କୋଳେ

ମହାଦୀପ

ଆଧାର ଶକତି ନେଇ,

ସଂସାର ତାର ପାଳନର ଭାର

କର୍ତ୍ତବ୍ୟରତ 

ସହିଛି ସର୍ବସ୍ବ ଦେଇ।

ଚୀରବନ୍ଦିତା ଜୀବନ୍ତ କବିତା 

ମାଧୂର୍ଯ୍ୟତା 

 ଶବ୍ଦ ଅଳଙ୍କୃତ ବରି,

ମା'ନାଦ ବ୍ରହ୍ମ ଅନ୍ନପୂର୍ଣ୍ଣା ସମ୍ପୂର୍ଣା

ତା'ଗଭୀରତା

ତୁଳନା ପାରେନି କରି।

ସତେକି ବସୁଧା ପର୍ବତ ଦୁହିତା

ସତିସୀତା

ପ୍ଲାବିତ ତ୍ରିବେଣୀ ଧାରା ,

ମନ୍ଦାକିନୀ ସରସ୍ଵତୀ ଯମୁନା 

ଅନ୍ତରସତ୍ୱା 

ଉତ୍ସର୍ଗ ଧରିତ୍ରୀ ସାରା।

ଜଳୁଥାଏ ଦୀପ ଛୁଏଁନି ଅଭାବ 

ରୋଗଶୋକ 

ଥାଇତା 'କାନିର ଛାଇ,

ସ୍ଵୟଂ କବିରାଜ ଆର୍ଯ୍ୟ ପ୍ରବଚକ

ଅବଧାନଙ୍କ 

ସଂସ୍କାର ସିଦ୍ଧାନ୍ତ ପାଇ।

ଜଳୁ ଥାଏ ଦୀପ ବଳୀ ପଡେପୋକ

ଅହଙ୍କାର 

 ବିକାର ଆକ୍ରାନ୍ତ  ମନ,

ଆସକ୍ତି ରହିତ ପ୍ରାଣ ସଂସ୍କାରିତ 

 ସ୍ଵଭାବପାଖେ 

ନାହିଁ ଆବଶ୍ୟକ ଧନ ।

ପରିବାର ସାରା ଟେକି ଥାଏ ଭାରା

ଅନ୍ନପୂର୍ଣ୍ଣା

ଛୁଇଁ ଦେଲେ ଭୂଇଁ ପିତା,

 ହାତର କୁହୁକ ତୃପ୍ତି କରେ ଭୋକ 

ଆବିଳହୀନ 

ହୃଦୟ ତାହାର ଗୀତା।

ଜଳୁଥିଲା ଦୀପ ରାତ୍ରୀ ଦିବାଲୋକ 

ମା ସାବିତ୍ରୀ

ଜାଗିଥିଲେ ଯେବେ ଘରେ,

ମନ୍ଦିର ଦେବୀ କାହାନ୍ତି ଅଛନ୍ତି

ମର୍ତ୍ତ୍ୟକି ସ୍ୱର୍ଗେ 

ତାଙ୍କୁ ଆବାହନ କରେ।



Rate this content
Log in

Similar oriya poem from Tragedy