Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ମେଲାଣି

ମେଲାଣି

1 min
267



ମାଆ ଦଶଭୁଜା ଆସିଲେ ଧରାକୁ

ଧରା ହେଲା ମୁଖରିତ

ଗାଁ ଠୁ ସହର ଏ ସାରା ସଂସାର

ଲୋକେ ହେଲେ ପୁଲକିତ ।


ଚାରିଦିନ ଲାଗି ଆସିଥିଲେ ମାଆ

ମଣ୍ଡପେ ପାଇଲେ ପୂଜା 

ରଙ୍ଗ ବେରଙ୍ଗର ତୋରଣ ଲାଗିଲା

ବାଜିଲା ବିବିଧ ବାଜା  ।


ବେଦମନ୍ତ୍ରେ ପୂଜା ହେଲା ମାଆଙ୍କର

ଘଣ୍ଟ ଘଣ୍ଟା ଶଙ୍ଖ ବାଜି 

ବଳିଭୋଜା ଖାଇ ପ୍ରୀତା ହେଲେ ମାଆ

ମେଲାଣି ନେବେ ସେ ଆଜି ।


ସରଗରୁ ଆସି ଧରାକୁ ସରଗ

କରିଥିଲେ ଚାରିଦିନ 

ଗୁହାରି ଶୁଣିଲେ ଭକତ ଜନର

ଦେଲେ ତାଙ୍କୁ ବରଦାନ ।


ବରଦା କଲ୍ୟାଣୀ ଜଗତ ଜନନୀ

ହୋଇବେ ଆଜି ମେଲାଣି 

ସୁଖରେ ଦୁଃଖରେ ସୁମରିଲେ ତାଙ୍କୁ

ହୋଇବେ ବରଦାୟିନୀ ।


ହେଲାଣି ରୋଷଣୀ ବାଜା ବାଜିଲାଣି

ମାଆ ହୋଇବେ ମେଲାଣି 

ଆସରେ ଭକତ ନକର ତୁ ଡେରି

ମାଆଙ୍କୁ ଦେବା ମେଲାଣି ।


ଆଗୋ ମାଆ ମୋର ଦୋଷ କ୍ଷମାକର

ବାଳୁତ ସନ୍ତାନ ତୋର

ଶତ ଅପରାଧ କରିଅଛି ମୁହିଁ

ଦୋଷ ମୋହର ନଧର ।


କୁପୁତ୍ର ମୁଁ ତୋର ସୁମାତା ତୁ ମୋର

ଜନମେ ଜନମେ ତୋର

ସେବା ଦେଇ ତୋର ଅପରାଧ ମୋର

ଜନନୀ ଗୋ କ୍ଷମାକର ।


ଆଗୋ କୃପାମୟୀ ମୋ ପ୍ରିୟ ଜନନୀ

ଆର ବରଷକୁ ପୁଣି 

ରହିଥିବି ଚାହିଁ ତୋର ପଦ ଧ୍ୟାୟି

ଦେଉଛି ତୋତେ ମେଲାଣି ।


Rate this content
Log in

Similar oriya poem from Abstract