STORYMIRROR

CHITTARANJAN DEHURY

Abstract Classics Inspirational

4  

CHITTARANJAN DEHURY

Abstract Classics Inspirational

【 ମେଲାଣି : ଏକ ସମୀକ୍ଷା 】

【 ମେଲାଣି : ଏକ ସମୀକ୍ଷା 】

1 min
223


ନବ ଦିନ ବ୍ୟାପୀ ଭକ୍ତିଭରା ଏକାଙ୍କିକା

ବିଧିର ବିଧାନ  ସାମୟିକ ଯବନିକା ।


ମୃଣ୍ମୟୀ ମୂରତି  ଅଥୋଚିତ ବିଡ଼ମ୍ବନା,

ଅନ୍ତର ବୀଣାରେ ଭକ୍ତିଭାବର ମୂର୍ଚ୍ଛନା ।


ବିସ୍ତୀର୍ଣ୍ଣ ବାରିଧି ଅନାୟାସେ କୂଳ ଲଂଘେ

ସାମାନ୍ୟ ପ୍ରାଚୀର ରୋକିବ କି ଚଉଦିଗେ !


ଅନ୍ତର୍ନିହିତା  ପୁଣି  ଅବରୋଧ - ବିହୀନା

ଭକ୍ତି ପ୍ରେମେ ଉଭା, ଅନନ୍ୟା ସେ ପ୍ରୀତିପର୍ଣ୍ଣା ।


ମାଗୁଛି ମେଲାଣି, ଉଦ୍ଦେଶ୍ୟ କର ପୂରଣ

ଭରି ଦିଅ ଶାନ୍ତି, ମୋକ୍ଷ ଅଥବା ନିର୍ବାଣ ।


ପ୍ରଜ୍ବଳିତ ହେଉ ଅନ୍ଧାରେ ଆଲୋକ ଶିଖା

ହେଉ ପ୍ରସାରିତ ସଦ୍ଭାବନା ସୀମାରେଖା ।


ବିଚାର ବିଲୁପ୍ତ  ବିଘ୍ନସେନୀ ବିଶେଷଣ

ବିଭୀଷିକା ସମ ଅସହ୍ୟ ଅହଂ ଦଂଶନ ।


Rate this content
Log in

Similar oriya poem from Abstract