STORYMIRROR

Debadatta Jena

Romance

3  

Debadatta Jena

Romance

ମେହେନ୍ଦିର ରଂଗ..

ମେହେନ୍ଦିର ରଂଗ..

1 min
182

ତମେ ସିନା ଭୁଲି ପାର,   

ମୁଁ ତ କାହିଁ ପାରେନି..?

ଭାବନାର ରଂଗ ଜମା,

ମନରୁ ମୋ ଲିଭେନି,

ହୃଦୟ ଫର୍ଦ୍ଦରେ ଯେତେ,

ଅକୁହା ଯେତେ ଭାବନା,

ଆକାଶରେ ଜହ୍ନ ହେଲେ,

ଧରା ମୋଟେ ଦିଏନା,

ଚୁନା ଚୁନା ତାରା ଫୁଲ,

ଏଇ ମନ ଜମା ବୁଝେନା..!

ଜହ୍ନ ସିନା ଲୁଚି ପାରେ,

ଜ୍ୟୋସ୍ନା କିନ୍ତୁ ଲୁଚେନା,

ଝରି ଝରି ଅମାନୋଇ,

ଲୁଚ କାଳି ଖେଳେନା,

ଅସୁମାରୀ ମେଘ ହେଲେ,

ଆକାଶରେ ସେ ସାଜେନା,

ଜହ୍ନିଫୁଲ ଫୁଟେ ସିନା,

ବାସ୍ନା ତାର ବାସେନା,

ଲୁଚି ଲୁଚି ବରଷାରେ,

ନିରୋଳାରେ ଭିଜେନା.. !

ରାତି ସିନା ସରିଯାଏ,

ସ୍ୱପ୍ନ ମୋଟେ ସରେନା,

ଗୁଡ଼ି ହୋଇ ଉଡିବାକୁ,

ଡୋର ଖୋଜି ପାଏନା,

ଝୁମା ଝୁମା ଆକାଶଟା,

ନିଦ ଜମା ଆସେନା,

ମେଞ୍ଚା ମେଞ୍ଚା ଇନ୍ଦ୍ରଧନୁ,

ରଙ୍ଗ ଟିକେ ଲାଗେନା,

ତୋଫା ତୋଫା ଜହ୍ନ ହେଲେ

ସେ ସଫା କେବେ ଦିଶେନା..!

ନଦୀ କେବେ ହଜିଯାଏ,

ସାଗର ଯେ ଅଜଣା,

ବସନ୍ତ କି ଭୁଲିପାରେ,

ତା' ମଳୟର ମୂର୍ଚ୍ଛନା,

ଅସୁମାରୀ କଳ୍ପନାରେ

ଝୁଲେ ସ୍ୱପ୍ନ ଝୁଲଣା,

ଛବିଟିଏ ଆଂକେ ସିନା,

ରୂପ ତୋଳି ପାରେନା,

କହିଦେବି ଫଗୁଣକୁ,

ଫେରାଇବ ତା ମହନୀ,

ମିଠା ମିଠା ସପନରେ,

ମନ ଯେଣୁ ମାନେନି..!

ଜହ୍ନ ଟିକେ ଜ୍ୟୋସ୍ନା ଦେଉ,

କୋଇଲି ବି କୁହୁ କୁହୁ,

ଫୁଲ ଫୁଟୁ ବାସ୍ନା ହେଉ,

ରଙ୍ଗେ ପ୍ରଜାପତି ମହୁ,

ମୌସୁମୀ ଫେରିଆସୁ,

ବରଷା ବି ଝରୁ ଥାଉ,

ମଳୟ ବି ହସୁ ଥାଉ,

ଭଅଁର ଗୁଣୁ ଗୁଞ୍ଜରୁ,

ଜଳୁ ପଛେ ଏ ବୈଶାଖ,

ବୈଶାଖୀ ବି ଥାଉ,

ଫଗୁ ବୁଣୁ ଏ ବସନ୍ତ,

ତୋ' ମେହେନ୍ଦି ସଜଉ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance