STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ମେଘରାଣୀ

ମେଘରାଣୀ

1 min
173


ଅକାଶ ଉଆସ ରାଜାକନ୍ୟା ବର୍ଷା

ଆସିଛୁ ଆଷାଢ଼େ ଧରାକୁ

ସାଥେ ନେଇ ସବୁଜିମା ପ୍ରୀତି ଫୁଲ

ଶ୍ରାବଣୀ ପିଏ ତୋ ଅଶ୍ରୁକୁ ll


ବର୍ଷା ହୋଇ ମେଘ ସଵାରୀରେ ଆସୁ

ଦେଖି ଶିଖି ସାଧବବୋହୁକୁ

କାହାକୁ ଦେଇଛୁ ମନ ତୋର କହ କନ୍ୟା

ବୋଧହୁଏ ଗିରିଶମକୁ ll


ସେ ଜାଳେ ଜଳେ ନିଦାଘ ହୋଇ ଧରାକୁ

ମେଘରାଣୀ ଆସୁ ଶୀତଳାଇବାକୁ

ତୋ ଆଗମନେ ରୋଷଣୀ ବାଇଦ ବାଜେ

ପ୍ରକୃତି ସଜାଏ ଗଭାକୁ ll


ଦୁଃଖ ଢ଼ୋକି ଧରା ଚାହିଁଥାଏ ତତେ ଏତେ

ଆସୁ ସୁଖ ବଢା ବଢ଼ି କରିବାକୁ

ଆକାଶ ଉଆସ ଇନ୍ଦ୍ରଧନୁ କନ୍ୟା ଶ୍ରାବଣେ

ଶ୍ରାବଣୀ ଢୋକେ ତୋର ମନମାନୀକୁ

ତୋ ରାଗ ରୁଷା ଅଭିମାନ କେବେ ବଢ଼ି ବାତ୍ୟା ଝଡି ll


ବନ୍ୟାରେ ଯାଉ ବୋଧେ ବାପଘରକୁ

ତତେ ମନାଇବା ସହଜ ଭାରି ତୋ ଜଳକୁ

ତୁଳସୀ ମୂଳେ ଭରିବ ଯଦି ପୂର୍ଣ୍ଣିକୁମ୍ଭକୁ

ସଉତୁଣୀ ଶୀତ ଆଣିବ ଅତୀତ ବର୍ଷାତୀତ ll


 ପ୍ରକୃତି ଲୀଳା ଖେଳା ଧରାକୁ

ସଭିଏଁ ଏଠାରେ ଅଢେଇ ଦିନିଆଁ ଦୁଇ ନିଆଁ

ବୋହି ଯାଏ ଗୁଡ଼ କହୁଣୀକୁ

ମେଘରାଣୀ ତୁ ସାମ୍ରାଙ୍ଗୀ ହୋଇ ରହ ଆଜିକାଲି

ଅତୀତ ଭବିଷ୍ୟତ ପକାଇ ପଛକୁ ll


ଚାତକ ଚାତକୀ ପିଆସୀ କହନ୍ତି ବର୍ଷାକୁ

 ମେଘରାଣୀ ଜିନ୍ଦାବାଦ ଆ ଧରାକୁ 

ଘଡଘଡି ଚଡ଼ଚଡି ବିଜୁଳି ରୋଷଣୀରେ

ମେଘ ପିଆଲାରେ ବର୍ଷା ଢାଳେ ଜଳ ll


ନଈ ନାଳ ସମୁଦ୍ର ଓ ଜମି କ୍ଷେତକୁ

ଲୁଚି ଦେଖୁଥାଏ ଚାଷୀ ଓଠେ ଫୁଟିଥିବା

 ପଦ୍ମ ଫୁଲ ସଙ୍ଗେ ମଖମଲ୍ଲୀ ଭାବକୁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract