ମେଘରାଣୀ
ମେଘରାଣୀ
ଅକାଶ ଉଆସ ରାଜାକନ୍ୟା ବର୍ଷା
ଆସିଛୁ ଆଷାଢ଼େ ଧରାକୁ
ସାଥେ ନେଇ ସବୁଜିମା ପ୍ରୀତି ଫୁଲ
ଶ୍ରାବଣୀ ପିଏ ତୋ ଅଶ୍ରୁକୁ ll
ବର୍ଷା ହୋଇ ମେଘ ସଵାରୀରେ ଆସୁ
ଦେଖି ଶିଖି ସାଧବବୋହୁକୁ
କାହାକୁ ଦେଇଛୁ ମନ ତୋର କହ କନ୍ୟା
ବୋଧହୁଏ ଗିରିଶମକୁ ll
ସେ ଜାଳେ ଜଳେ ନିଦାଘ ହୋଇ ଧରାକୁ
ମେଘରାଣୀ ଆସୁ ଶୀତଳାଇବାକୁ
ତୋ ଆଗମନେ ରୋଷଣୀ ବାଇଦ ବାଜେ
ପ୍ରକୃତି ସଜାଏ ଗଭାକୁ ll
ଦୁଃଖ ଢ଼ୋକି ଧରା ଚାହିଁଥାଏ ତତେ ଏତେ
ଆସୁ ସୁଖ ବଢା ବଢ଼ି କରିବାକୁ
ଆକାଶ ଉଆସ ଇନ୍ଦ୍ରଧନୁ କନ୍ୟା ଶ୍ରାବଣେ
ଶ୍ରାବଣୀ ଢୋକେ ତୋର ମନମାନୀକୁ
ତୋ ରାଗ ରୁଷା ଅଭିମାନ କେବେ ବଢ଼ି ବାତ୍ୟା ଝଡି ll
ବନ୍ୟାରେ ଯାଉ ବୋଧେ ବାପଘରକୁ
ତତେ ମନାଇବା ସହଜ ଭାରି ତୋ ଜଳକୁ
ତୁଳସୀ ମୂଳେ ଭରିବ ଯଦି ପୂର୍ଣ୍ଣିକୁମ୍ଭକୁ
ସଉତୁଣୀ ଶୀତ ଆଣିବ ଅତୀତ ବର୍ଷାତୀତ ll
ପ୍ରକୃତି ଲୀଳା ଖେଳା ଧରାକୁ
ସଭିଏଁ ଏଠାରେ ଅଢେଇ ଦିନିଆଁ ଦୁଇ ନିଆଁ
ବୋହି ଯାଏ ଗୁଡ଼ କହୁଣୀକୁ
ମେଘରାଣୀ ତୁ ସାମ୍ରାଙ୍ଗୀ ହୋଇ ରହ ଆଜିକାଲି
ଅତୀତ ଭବିଷ୍ୟତ ପକାଇ ପଛକୁ ll
ଚାତକ ଚାତକୀ ପିଆସୀ କହନ୍ତି ବର୍ଷାକୁ
ମେଘରାଣୀ ଜିନ୍ଦାବାଦ ଆ ଧରାକୁ
ଘଡଘଡି ଚଡ଼ଚଡି ବିଜୁଳି ରୋଷଣୀରେ
ମେଘ ପିଆଲାରେ ବର୍ଷା ଢାଳେ ଜଳ ll
ନଈ ନାଳ ସମୁଦ୍ର ଓ ଜମି କ୍ଷେତକୁ
ଲୁଚି ଦେଖୁଥାଏ ଚାଷୀ ଓଠେ ଫୁଟିଥିବା
ପଦ୍ମ ଫୁଲ ସଙ୍ଗେ ମଖମଲ୍ଲୀ ଭାବକୁ ll
