STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମେଘର ଭୟେ ଗ୍ରୀଷ୍ମ ଗଲା 

ମେଘର ଭୟେ ଗ୍ରୀଷ୍ମ ଗଲା 

2 mins
12

   ମେଘର ଭୟେ ଗ୍ରୀଷ୍ମ ଗଲା     
     ==============
ମେଘର ଭୟେ ଗ୍ରୀଷ୍ମ ଗଲା l
       ଏବେ ବରଷାକାଳ ହେଲା ll
ମେଘ ଗର୍ଜନେ କମ୍ପେ ମହୀ l
          ଦାମିନୀ ଦିଏ ଚମକାଇ ll
ମେଘରେ ଢାଙ୍କିଲା ଅମ୍ବର l
        ଦେଖା ନ ଯାନ୍ତି ଦିବାକର ll
ରାତ୍ରର ପ୍ରାୟେ ଦିବା ହୋଇ l
         ଶୀତ ସମୀର ଯାଏ ବହି ll
ଦିନରେ ନପଡ଼ଇ ଖରା l
        ରାତିରେ ନ ଦିଶଇ ତାରା ll
ଖଦ୍ୟୋତେ ନିଶାମୁଖେ ଉଡ଼ି l
        ଶ୍ରାବଣେ ଲାଗିଗଲା ଝଡ଼ି ll
ପଖିଆ ଭିଡ଼ି ଚଷା ଭାଇ l
      ହିଡ଼ ବାନ୍ଧିଲେ ବିଲେ ଯାଇ ll
ଜଳରେ ପୁରି ନଦୀ ନାଳ l
          ବହୁଛି ଭେଦି ଲଙ୍ଘିକୂଳ ll
ହରିତ ଶୋଭା ଧରଣୀରେ l
           ନଭ ପୂରିତ ଜଳଦରେ ll
 ଜଳଦବକ୍ଷେ କେଡ଼େ ଶୋଭା l
        ବକ ମାଳିକା ମନଲୋଭା ll
ଛତୁ ଫୁଟିଲେ ମହୀ ମଣ୍ଡି l
         ସଜ ହେଲେଣି କାଶତଣ୍ଡି ll
ସୁରୁଜ ମୁଖେ ଶୋଭେ ଦେଖ l
            ମୁରୁଜ ଯଥା ଶକ୍ରଚାପ ll
 କଦମ୍ବ ଫୁଟିଲା କାନନେ l
        ମୟୂର ନାଚେ ଚାହିଁ ଘନେ ll
ଚାତକଙ୍କର ନାହିଁ ଗୋଳ l
           ଆନନ୍ଦ ପାଇ ବୃଷ୍ଟି ଜଳ ll
ବରଷା ମାସେ ନାନା ପର୍ବ l
         ଜନ୍ମିଲେ ପ୍ରଭୁ ବଳଦେବ ll
କୃଷି ଦେବତା ଆଦିମୂଳ l
       ଆନନ୍ଦ ସର୍ବେ ଚାଷୀ କୁଳ ll
ଓଷା କରିଲେ ପଲ୍ଲୀ ବାଳୀ l
            ଖୁଦୁରୁକୁଣି ପାଞ୍ଚପାଳି ll
ରକ୍ଷା ବନ୍ଧନ ମହାପର୍ବ l
       ରାକ୍ଷୀ ପିନ୍ଧିଲେ ବଳଦେବ ll
ଭଗ୍ନୀର ରକ୍ଷାକର୍ତ୍ତା ଭାଇ l
        ଶ୍ରଦ୍ଧାରେ ଭଉଣୀ ପିନ୍ଧାଇ ll
କୁମୁଦ ଫୁଟି ସରୋବରେ l
    ହିଲ୍ଲୋଳେ ଦୋଳି ମନହରେ ll
ସୁବର୍ଣ୍ଣ ଛଣପୁଷ୍ପ ଶୋଭା l
       ଉପମା ତାର କିବା ଦେବା ll
ଲାଉ କଖାରୁ ରଞ୍ଜା ଧରି l
      ଉଠିଲେ ଧୀରେ ଆଶ୍ରାକରି ll
ବରଷା କାଳ ମାସ ଦୁଇ l
           ଆଷାଢ଼ ଶ୍ରାବଣକୁ କହି ll
ଜୀବ ମଙ୍ଗଳେ ବର୍ଷାକାଳ l
           ବଉଦେ ବରଷନ୍ତି ଜଳ ll
ବରଷା କହେ ଶେଷ କଥା l
     ମଞ୍ଚେ ଆସିଲେ ବିଦ୍ୟାଦାତା ll
ବରଷା ଶେଷରେ ଶରତ l
         ଦେହ ବହିବେ ଜଗନ୍ନାଥ ll
ବିଚିତ୍ର କର୍ମା ସୃଷ୍ଟି ଯାର l
        ତାହାଙ୍କୁ ମୋର ନମସ୍କାର ll
 🙏🙏🙏
 ଅର୍ଜୁନୀ
 -----------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational