ମେଘ
ମେଘ
ତୋର ଆଗମନେ ମୟୂର ଯେ ନାଚେ
ଗହନ ବନେ ।
ତୋର ଆଗମନେ ବାଦଲ ଯେ ଖେଳି ବୁଲେ
ଉଲ୍ଲସିତ ମନେ ।
ନିଦାଘ କାଳରେ ବରଷାର ଜଳ
ସୂରୁଜ କିରଣେ ତାତି ।
ବାଷ୍ପିତ ହୋଇ ପବନରେ ମିଶି
ଉପରକୁ କରେ ଗତି ।
କଳାଧଳା ରଂଗ ମେଘଖଣ୍ଡ ହୋଇ
ବାୟୁମଣ୍ଡଳରେ ଭାସେ ।
ଧୂଳିକଣା ସାଥେ ମିଶି
ଜଳକଣା ଗଢେ ବସିି ।
କଳାମେଘ ହୋଇ ଘନୀଭୂତ ହେଲେ
ବରଷା ବରଷି ଯାଏ ।
ଧରଣୀ ବୁକୁରେ ଜୀବଜଗତର
ଉପକାର କରୁଥାଏ ।
