ମେଘ
ମେଘ
କଳାମେଘର ସଂଳାପରେ ଶତ
ଅନୁତାପ ମେଘର ମାଘୁଆ
ପାଗରେ ଲେଖି ଏକ ଗପ
ଭାବେ ଭାବରେ ମେଘକୁ ଶିଖାଇ
ଜପ ତପ କହିବି ମେଘରେ ଦେଇଯା
ମତେ ତୋ ରୂପ ତୁ ଆସିଗଲେ ମୟୁର
ନାଚୁଛି ଟେକି ଯେପରି ପୁଛ l
ମୁଁ ମେଘ ହେଲେ ମେଘାମ୍ବରୀ
ସାଜି କରିବ ସେ ଜପ
ମେଘମଲ୍ହାରେ ମେଘୁଆ ଆକାଶେ
ସତେକି ଆକାଶଦୀପ
ମୋ ଅଗଣାରେ ମେଘକନ୍ୟା ଜାଳେ
ଝୁଣା ଧୂପ ଧୂପ, ଜପ, ତପ, ଦୀପ l
ଭିତରେ ମେଘର ପ୍ରେମ ଲେପ
ଶୀତଳତା ଆଉ ସବୁଜିମା ଢାଳେ
ଗୋଲକ ଯାକ ସାଧବବୋହୁଟା ରଫ
ଖାତାରେ ଲେଖୁଛି ପକାଇ ଟିପ
କଳାମେଘ ଦେଖି ନାଚେ ମୟୁର ଡ୍ରାମା l
ସଂଳାପ ଜଳେ ଅବା ଜାଳେ ଶ୍ରାବଣେ
ଶ୍ରାବଣୀ କଜ୍ଵଳ ପ୍ରଲେପ କଳାବେଣୀ
ହଲାଇ ଶ୍ରାବଣୀ, ସାଧବବୋହୁ ଢୋକେ
ଛେପ ଏମିତି ସୁନ୍ଦରୀ ଦେଖିନାହିଁ
ସେହି ଚିରିଯାଏ ମନ ରଫ l
କଳାକାଞ୍ଚନ ମେଘାମ୍ବରୀପାଟ ପରି
ମେଘକନ୍ୟା ରୂପ ମେଘ ନଆସିଲେ
ବର୍ଷା ହୋଇ ମୌସୁମୀ ଅନୁତାପ
ମେଘ ନବର୍ଷିଲେ ଛଇଳା ନଈଟା
ଋଷିବ ଦେଖାଇ ଛୋପ କୃଷକ ଭାଇର
ଉଡିଯିବ ହୋସ ଲିଭିଯିବ ସବୁ ଛାପ
ଆରେ ବରଷା ମେଘ ସଵାରୀରେ
ଦେଉଛି ଦୀପ ଆଉ ଧୂପ l
