STORYMIRROR

Dr.Sashi Bhushan Mohapatra

Classics

4  

Dr.Sashi Bhushan Mohapatra

Classics

ମଧ୍ୟ ରାତ୍ରିର ବର୍ଷା

ମଧ୍ୟ ରାତ୍ରିର ବର୍ଷା

1 min
35

ମଧ୍ୟ ରାତ୍ରିର ବର୍ଷା

ଗୋଟେ ମିଳିତ ସଙ୍ଗୀତର ତାନ 

ଗଛ ପତ୍ରରେ,ଘର ଛାତ ଉପରେ

ଟପ୍ ଟପ୍ ବାଦଲରୁ ଗଳନ୍ତି

ଛମ୍ ଛମ୍ ନାଚନ୍ତି

କଳ କଳ ହୋଇ ନଈରେ ବହନ୍ତି

ସାରୁ ପତ୍ରରେ ପାରଦ ଭଳି ଢଳନ୍ତି

ପବନ ଦୋଳିରେ ଝୁଲନ୍ତି।


ଏଇ ଅନ୍ଧାରେ, ରାତି ବର୍ଷାର

ସ୍ୱତନ୍ତ୍ର ଛୁଆଁ ଅଛି,ନିଆରା ଭାବ ଅଛି

କାହାକୁ ଆନମନା କରାଏ

କେବେ କାହାର ହୃଦୟ ଜଳାଏ

କାହା ଆଖିରେ ଲୋତକ ଝରାଏ

କେବେ କେବେ ପୁଲକ ଖେଳାଏ।


ମଧ୍ୟ ରାତ୍ରିର ବର୍ଷା 

ସକାଳ ହେଲେ ପ୍ରାୟ ନଥାଏ

ରାତିରେ ଏତେ ବର୍ଷିଥିଲା ବୋଲି

ମାଟିରେ ଆଦ୍ର ଚିହ୍ନ ଯାହା ଥାଏ,

ବର୍ଷା କିନ୍ତୁ ରାତିରେ ନାଚୁଥିଲା,ଗାଉଥିଲା

ମୋତେ ତଲ୍ଲିନ କରୁଥିଲା,

ମୁଁ କବିତା ଲେଖୁଥିଲି

ଝିଅ ବର୍ଷାର ଗୋଟେ ଚିତ୍ରପଟ ଆଙ୍କୁଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics