STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ମାଆ ପରି

ମାଆ ପରି

1 min
273

ମାଆ ପରି ଆମ ଗୋମାତା 

ଅପାର ସିନେହ ମମତା 

ସଭ୍ୟତା ଆରମ୍ଭ ଯେବେଠୁ 

ଗୋପାଳନ ହୁଏ ସେବେଠୁ 

ଗାଈ ପରି କେହି ନାହିଁରେ

ଏତେ ଉପକାରୀ ମହୀରେ

ସେଥିପାଇଁ ଶାସ୍ତ୍ର ପୁରାଣ 

ଗୋମହିମା କରେ ବର୍ଣ୍ଣନା ।


ବେଦରେ ହୋଇଛି ଲେଖାଟି 

ଗୋସେବା କରଇ ଯିଏଟି 

ସ°ସାରର ସବୁ ବୈଭବ 

ପାଇବା ତାପାଇଁ ସହଜ 

ଗୋସେବା ମହତ କାର୍ଯ୍ୟ ଟି

ପୂଣ୍ୟ ଅରଜିବା ମାର୍ଗଟି

ଗୋପାଳନେ ଶାନ୍ତି ମିଳଇ 

ଜୀବନତ ଧନ୍ୟ ହୁଅଇ ।ଠ


ଦହି ରଖେ ଦେହ ଥଣ୍ଡାଟି 

ଘିଏ ଭରା ସ୍ନେହ ସାରଟି 

କ୍ଷୀରେ ଅଛି ସବୁ ସାରଟି 

ପିଇଲେ ବଢଇ ଶକତି 

ଜୀବାଣୁ ନାଶକ ଗୋମୂତ୍ର

ଅଟଇ ସେ ଭାରି ପବିତ୍ର

ପଞ୍ଚଗବ୍ୟ ସେହି ପାଞ୍ଚୋଟି 

ଭାରି ଉପକାରୀ ଅଟନ୍ତି ।


ଗୋମହାତ୍ମ୍ୟ ସ୍କନ୍ଦପୁରାଣ 

ଗୋମହିମା କରେ ବର୍ଣ୍ଣନ 

ଗୋଧନ ତ ମହାଶକତି 

ଗୋମାତା ଙ୍କୁ କର ଭକତି 

ଯତନେ ଗୋରୁଙ୍କୁ ପାଳିବ

ସେବାରେ ହେଳା ନକରିବ 

ନିଶ୍ଚେ ଉପକାର ମିଳିବ 

ଗୋଜାତି ଆମର ଗରବ । 


ବଖାଣଇ ପଦ୍ମପୂରାଣ 

ଗାଈ ଗୋରୁ ପୂଜା କାରଣ 

ଗୋମାତା ଙ୍କ ପ୍ରତି ଅଙ୍ଗ ରେ 

ଦେବତା ରୁହନ୍ତି ସାଙ୍ଗରେ 

ସେ କଥାଟି ମନେ ହେଜିରେ

ପୂଣ୍ୟ ଅରଜିବା ପାଇଁ ରେ

ଗୋମାତାଙ୍କ ସେବା କରିବା 

ଦେହ ମନ ସୁସ୍ଥ ରଖିବା ।


ଗୋମାତାଙ୍କ ସେହି ମୁଖରେ 

ଚାରିବେଦ ଛନ୍ତି ରହିରେ 

ଶିଙ୍ଗ ର ଅଗ୍ରଭାଗଟି 

ଈନ୍ଦ୍ରଯେ ମଣ୍ଡନ କରନ୍ତି 

ଶିଙ୍ଗରେ ଅଛନ୍ତି ଆବର

କେଶବ ତ ଆଉ ଶଙ୍କର 

ଆଖି ଦୁଇ ସୂର୍ଯ୍ୟ ଚନ୍ଦ୍ରଯେ 

ଜୀଭେ ସରସ୍ଵତୀ ବିଜେଯେ ।


ଗୋମାତାଙ୍କ ମୁଣ୍ଡେ ବ୍ରହ୍ମା ଟି 

ଲଲାଟରେ ବୃଷଧ୍ବଜଟି 

କର୍ଣ୍ଣ ରେ ଅଶ୍ବିନୀ କୁମର 

ଦନ୍ତରେ ଗରୁଡ ଆବର 

ମୁଖର ଦକ୍ଷିଣେ କୁବେର

ବାମେ ଯକ୍ଷଗଣ ସ୍ଥାବର

ଗନ୍ଧର୍ବ ମୁଖ ମଧ୍ୟରେ 

ଯନ୍ତୁରାଣ ମୁଖ ଉପରେ ।


ଗୋମାତାଙ୍କ ଲୋମ କୂପରେ 

ଋଷିଗଣଙ୍କର ବାସରେ 

ଗାଈଙ୍କ ପାଦର ଖୁରାରେ 

ନାଗ ଦେବତା ଙ୍କ ସ୍ଥାନରେ 

ଗୋମାତା ଯେଉଁଠି ରୁହନ୍ତି

ଶରୀସୃପ ନପସନ୍ତି

ଗୋମାତାଙ୍କ ପୂଣ୍ୟ ଲାଞ୍ଜରେ 

ବୀର ହନୁମାନ ବିଜେରେ ।


ନବଗ୍ରହ ଶାନ୍ତି ହୁଅନ୍ତି 

କାଳିଗାଈ ଯିଏ ପୂଜନ୍ତି 

ଗାଈଙ୍କୁତ ଯଦି ଖୁଆନ୍ତି 

କୋଟିଏ ଦେବତା ପାଆନ୍ତି 

କାମେ ଯଦି ଥାଏ ବାଧାଟି

ଗାଈଙ୍କ କାନରେ କୁହଟି

ବାଧାବିଘ୍ନ ଯିବ ହଟିରେ 

ସଫଳତା ହେବ ପ୍ରାପ୍ତିରେ ।


ଗୋସେବା ର ଫଳ ଅଶେଷ 

ମୁଖେ ଭରେ ଚିରହରସ 

ବିପଦ ଯାଏତ ହଟିରେ 

ମିଳଇ ଅପାର ଶାନ୍ତିରେ 

ଗୋସେବା ଆସରେ କରିବା

ସୁରକ୍ଷିତ ତାଙ୍କୁ ରଖିବା

ଧନ୍ୟ ହୋଇବ ଏ ଜୀବନ 

ଗୋମାତାଙ୍କ ନେଲେ ଯତନ ।


Rate this content
Log in

Similar oriya poem from Classics