STORYMIRROR

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ମାଘ ମାହାତ୍ମ୍ୟ

ମାଘ ମାହାତ୍ମ୍ୟ

1 min
297


ମଘା ନକ୍ଷତ୍ରର        ନାମଯେ ମାଘର

       ପୁଣ୍ୟ ମାସ ମାଘ ମାସ

ପହଲି ବସନ୍ତ         ଆଗମନେ ସେତ 

      ମାଘ ମାସେ ଶୀତ ଶେଷ ll


ଗଙ୍ଗାର ଜଳରେ        ବିଷ୍ଣୁ ବାସ କରେ

        ମାଘ ମାସେ ତୀର୍ଥ ସ୍ଥାନ

ପବିତ୍ର ପାବନୀ        ପାତକ ନାଶିନୀ

        ପ୍ରଭାତେ କରିଲେ ସ୍ନାନ ll


ମକର ମାସର         ପ୍ରଥମ ଦିନର

       ବୁଡ଼ ଗଙ୍ଗା ସାଗରର

ସ୍ନାନ କରି ଭକ୍ତ        ପୂଜଇ ଆଦିତ୍ୟ

       ସର୍ବ ପାପ ହରେ ହର ll


ମାଘ ତପ ବ୍ରତ       ମାଧବେ ଆଶ୍ରିତ

        ସ୍ୱର୍ଗ ପ୍ରାପ୍ତି ଭକ୍ତ ଜନ

ଆଳସ୍ୟ ବର୍ଜନ        ନଦୀ ତୀରେ ସ୍ନାନ

        ରବିଯେ ଉତ୍ତରାୟଣ ll


ବସନ୍ତ ପଞ୍ଚମୀ       ମାତା ସରସ୍ବତୀ

      ଧରାପୃଷ୍ଠେ ଆବାହନ

ପବିତ୍ର ତିଥିରେ       ବରଦା ଆଶିଷେ

      ଶୁଭ କର୍ମ ହୁଏ ଜାଣ ll


ମେଳା ପୁଣ୍ୟ ସ୍ଥାନ     ଅନ୍ନ ବସ୍ତ୍ର ଦାନ

       ରୋଗ ମୁକ୍ତି ସ୍ୱାସ୍ଥ୍ୟବାନ

ସୂର୍ଯ୍ୟ ଚନ୍ଦ୍ର ଦୋଷ     ହୁଏ ସବୁ ନାଶ

        ମାଘରେ ହରି ଜଣାଣ ll


ଶ୍ରେଷ୍ଠ କୁମ୍ଭ ମେଳା       ସପ୍ତମୀର ମେଳା

       ନାନା ସ୍ଥାନେ ପୂଜାର୍ଚ୍ଚନା

ବୁଡ଼ ଚନ୍ଦ୍ର ଭାଗା        ଖଣ୍ଡଗିରି ମେଳା

        ଆଣେ ମନେ ନୂତନତା ll


ଶାମ୍ବ ଦଶମୀରେ       ଭାଷ୍କର ପୂଜାରେ

       ଶାମ୍ବ ହେଲେ ଶାପ ମୁକ୍ତ

ଭକ୍ତିର ମାର୍ଗରେ     ବ୍ରତଯେ ଆଚରେ

       ମିଳିଥାଏ ଆଶୀର୍ବାଦ ll


ମାଘ ସ୍ନାନ କରି      ଶାପ ଗଲା ଛାଡି

       ଇନ୍ଦ୍ର ପାଇଲେ ମୁକତି 

ମହିମା ମାସର       ହୋଇଲା ପ୍ରସାର

       ନଦୀ ସ୍ନାନେ ଫଳ ପ୍ରାପ୍ତି ll


ସଙ୍କଟ ଚତୁର୍ଥୀ      ସଦାଶିବେ ଭକ୍ତି

      ସନ୍ତାନ ହୁଏ ପ୍ରାପତ

କୃଷ୍ଣ ଏକାଦଶୀ      ବିଷ୍ଣୁ ବ୍ରତେ ମାତି

       ସର୍ବ ବିଘ୍ନ ଭସ୍ମୀଭୂତ ll


ଅମାବାସ୍ୟା ମୌନୀ     ମୌନ ରହିକରି

      ଆତ୍ମ ଶୁଦ୍ଧି ପାପନାଶ

ତିଳ ସପ୍ତମୀରେ     ଦାନ ତର୍ପଣରେ

       ବୈକୁଣ୍ଠେ ପାଇବ ବାସ ll


ମାଘ ଶୁକ୍ଳ ପକ୍ଷ      ତିଥିଯେ ଅଷ୍ଟମୀ

      ଭୀଷ୍ମ ନାମେ ଭୀଷ୍ମlଷ୍ଟମୀ 

ଯଜ୍ଞ ବ୍ରତ ତପ     ହରି ନାମ ଜପ

       ପାଇଯିବ ପ୍ରଭୁ ସ୍ୱାମୀ ll


ମାଧବଙ୍କ ମାସ     ଅଟେ ମାଘ ମାସ

      ପ୍ରଭୁନାମ ତୁଣ୍ଡେ ଧରି

ଏ ଭବ ସାଗର     ହୋଇବୁ ଯେ ପାରି

       ମାଘ ମାସେ ତପ କରି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics