STORYMIRROR

Prasant Nath

Classics

4  

Prasant Nath

Classics

ମା ଓ ଶାଶୂ

ମା ଓ ଶାଶୂ

1 min
289

ଜଗତରେ ମାଆ ଵସୁଧା ପରିକା

   ସହିଥାଏ ସଵୁ ଅଳି

ଜନ୍ମ ଦେଇ ସିଏ ସନ୍ତାନ ପାଳଇ

   ମାଆର ମମତା ଵୋଳି। 


ମାଆ ଯେଵେ ପୁଣି ଶାଶୂ ହେଇଯାଏ

   କର୍ତ୍ତବ୍ୟ ତା ବଢ଼ିଥାଇ

ପର ଝିଅକୁ ସେ ଭାବେ ନାହିଁ ପର

   ଝିଅ ପରି ଭାବିଥାଇ। 


ବାପା ଭାଇ ମାଆ ପର କରିଦେବେ

  ପରହସ୍ତେ ଟେକିଦେଇ

ପରଘର ନୁହେଁ ନିଜ ଘର ସେହି

  ଆପଣେଇବୁ ତୁ ଯାଇ। 


ଶାଶୂ ନୁହେଁ ସେ ଯେ ମାଆଠୁ ନିଜର

   କରିଲେ ଭକ୍ତି ସମ୍ମାନ

ସେ କାହୁଁ ଭାବିବ ପର ଝିଅ ବୋଲି

    ରଖିବ ଵୋହୂର ମାନ। 


ଶାଶୂର ମନରେ ମାଆର ମମତା

   ରହିଥାଏ ସଦା ଭରି

ସେ ସ୍ନେହ ମମତା ଵୋହୂ ପରେ ଦେଲେ

   ହେଇ ଥାଏ ଝିଅ ପରି। 


ମାଆ ଆଉ ଶାଶୂ ନୁହେଁ ଭିନ୍ନାଭିନ୍ନ

   ଏକଇ ମଣିଷ ସେହି

ଖାଲି ଏଠି ଶାଶୂ ନାମଟି ମାଧ୍ୟମ

    ସଂସାର ମଧ୍ୟରେ ରହି। 


ବୋହୂ ବି ଭାଵେନା ଶାଶୂକୁ ଵି ପର

   ଭାଳୁଥାଏ ମାଆ ପରି

ଶାଶୂ ଵୋହୂଙ୍କର ନିବିଡ଼ ସମ୍ପର୍କ

   ଜୀବନେ ଯାଏ ନା ହାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics