STORYMIRROR

Prasant Nath

Classics

4  

Prasant Nath

Classics

ଆଜିର ମା ଓ ଶାଶୂ

ଆଜିର ମା ଓ ଶାଶୂ

1 min
365

ଆଜିକାର ଶାଶୂ ସାଜେ ରଣଚଣ୍ଡୀ

   ଵୋହୂ ସାଜେ ଉଗ୍ରଚଣ୍ଡୀ

କେହି କାହା ପ୍ରତି ନୁହଁନ୍ତି ସରଳ

   ତୁଷକୁ ଥାଆନ୍ତି କାଣ୍ଡି। 


ଶାଶୂ ଭାବୁ ଥାଏ ଷୋହଳ ଵୟସୀ

  ସଜ ହେଵ ଦିନ ରାତି

ଵୋହୂ ଯଦି ଥରେ ସଜ ହେଇଗଲା

   ଶାଶୂର ଉଠଇ ତାତି। 


ଝିଅ ପାଇଁ ତାଙ୍କ ହଜାର ଵାରତା

   ଵୋହୂ ପାଇଁ ନାହିଁ ପଦେ

ଦିନ ଭରି ଵୋହୂ ଖଟି ଚାଲିଥାଏ

   ଶାଶୂ ଶଶୂରଙ୍କ ପାଦେ। 


ମାଆର ହୃଦୟେ ଶାଶୂ ଵିରାଜିଲା

   ପର ଝିଅ ଯେଵେ ଘରେ

ତୁମ ଝିଅ ସେଠି କେମିତି ଚଳୁଛି

    ଭାବିଛ କି ତୁମେ ଥରେ। 


ଵୋହୂ ଯେଵେ ତୁମ ଝିଅ ହେଇ ଯାଏ

   ଦୁଃଖ ରହିବନି କେଵେ

ଶାଶୂ ବୋହୂ ମିଶି ଖୁସିରେ ରହିବେ

   ସଂସାରରେ ଥିଵ ଯେବେ। 


ଵୋହୂଟି ନ ଭାବୁ ଶାଶୂକୁ ଵି ପର

  ହୃଦେ ଭାଵୁ ମାଆ ପରି

ଭକତି ସମ୍ମାନେ ଵାନ୍ଧି ରଖିଲେ ସେ

   କିଏ ହେବ ତାଙ୍କ ସରି। 


ଶାଶୂ ମନ ଜାଣି ଵୋହୂ ଚଳୁଥିଲେ

  ହେଵ ନାହିଁ ଘରେ କଳି

ଵୋହୂର ଗୁଣକୁ ଶାଶୂ ଜାଣିଗଲେ

   ହେଵେ ନାହିଁ ଜଳା ଜଳି। 


ମାଆ ଶାଶୂ ମଧ୍ୟେ ନାହିଁ ତ ପ୍ରଭେଦ

  ଏକଇ ମୂରତି ସେଇ

ନାମ ମଧ୍ୟେ ଯାହା ରହିଛି ଫରକ

   ସଂସାର ଫଳକ ହେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics