STORYMIRROR

Kabiratna Nutan Kumar Behera

Classics Inspirational

4  

Kabiratna Nutan Kumar Behera

Classics Inspirational

ଜୀବନ ବୀଣା

ଜୀବନ ବୀଣା

1 min
257


ବାଜେ ଅହରହ ଜୀବନ ବୀଣା

କେତେବେଳେ ତୋଳେ ମଧୁର ମୂର୍ଚ୍ଛନା

କେତେବେଳେ ପୁଣି କରୁଣ ତା' ରାଗିଣୀ,

ହସ ଲୁହକୁ କରି ଆପଣାର ସାଥୀ

ଶବ୍ଦର ତରଙ୍ଗେ ଚାଲେ ସାତ ସୁର ରଚି

ସମୟର ସ୍ରୋତେ ହୋଇ ସେ ତରଣୀ।

ଅବୟବରେ ଖଞ୍ଜା ତାର ଯେତେ ତନ୍ତ୍ରୀ

ସମୂହର ନାଦରେ ହୃଦୟ ହୁଏ ସ୍ପନ୍ଦିତ

ପ୍ରଣବର ବୀଜମନ୍ତ୍ର ସେ ଅନାହତ ଧ୍ଵନି,

ସଂଯମତାର ସୂତ୍ରରେ ହୁଏ ନିୟନ୍ତ୍ରିତ

ଉଗ୍ର ଉଦ୍ଦାମତାରେ ଯାଏ ସେ ହୁଗୁଳି

ମନେ ଭରିଯାଏ ଉତ୍ତେଜନାର ଗ୍ଳାନି।

ଅମୀୟ ରାଗ ରାଗିଣୀର ଜୀବନ ବୀଣା

ସୃଷ୍ଟିକର୍ତ୍ତାଙ୍କର ଅପୂର୍ବ ଅନନ୍ଯ ସର୍ଜନା

ସଂସାର ସଂଗ୍ରାମେ ଭରି ଦିଏ ଉଦ୍ଦିପନା,

ତାଳେ ତାଳେ ତାର ପଡେ ପାଦ ଛନ୍ଦ

କରାଏ ବିମୁଗ୍ଧ ମନଛୁଆଁ ହୃଦୟସ୍ପର୍ଶୀ

ମନରୁ ଦୂର ହୁଏ ଦୁଃଖ କ୍ଳେଶ ଯାତନା।

ଜୀବନ ଜିଇଁବା ଲାଗେ ସରସ ସୁନ୍ଦର

ଆତ୍ମୀୟତା ଭାବ ରଖେ ସୁଦୃଢ଼ କରି

ମଧୁମୟ ହୁଏ ସଂସାରରେ ପରିବାର,

ମନ ସାଥେ ମନ ମିଶି ହେଲେ ଏକ

ଆଶା ଆକାଂକ୍ଷା ସବୁ ହୁଅଇ ଫଳପ୍ରଦ

ହୃଦୟରେ ରହେ ନାହିଁ ଭେଦର ବିକାର।

ଜୀବନ ବୀଣା ହୁଏ ଯେବେ ବେସୁରା

ସାତ ସପନର ଅଭୀପ୍ସା ରହିଯାଏ ଅଧୁରା

ଭାଙ୍ଗିଯାଏ ତାର ସୁଖ ଶାନ୍ତି ଗାଢ଼ ନିଦ୍ରା,

ଆଖି ଆଗେ ଦିଶେ କେବଳ ଘନ ଅନ୍ଧାର

ପାଦ ବଢାଇବାକୁ ହୋଇ ଧୈର୍ଯ୍ୟହରା

ବିଷମୟ ଭାବି ଧରାକୁ ହୁଏ ବେସାହାରା।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics