STORYMIRROR

Rasmita Dixit

Abstract

2  

Rasmita Dixit

Abstract

ମଧୁଶାଳା- ୨

ମଧୁଶାଳା- ୨

1 min
112

ଥରେ କହିବକି

ଟଳି ପଡିଥିବା ପିଆଲାର

ଅବଶିଷ୍ଟ କେଇ ବୁନ୍ଦା

ସିଏ କାହାକୁ ଛୁଇଁବ

ବଳି ପଡି ଥିବା ଭାଗ୍ୟ ର ଭୋଗକୁ

ଉପହାସ କରୁଥିବା

ରଂଗଛଡ଼ା ଓଠ ନା

ଚଟାଣର ଗାଲିଚା

ମୁଁ ତ କେବେ ମଧ୍ୟ

ତୁମକୁ ଆମନ୍ତ୍ରଣ କରିନାହିଁ

ପିଇ ନ ପିଇବାର ଅଭିନୟ କରି

ମତେ ଦରଦ ଦେଖାଇବାକୁ

କେବେ ତ ଚାହିଁ ନାହିଁ

ତୁମ ଆଖି ଦେଇ ଦେଖିବାକୁ

କବାଟ ରନ୍ଧ୍ର ରେ

ଅନ୍ଧକାର ଶେଷ ର ଫରଚା


ତଥାପି କାହିଁକି ଆସ ଆଗନ୍ତୁକ

ଚୁଟକି ରେ ଭାଙ୍ଗିବାକୁ

ମୋ ମିଛ ଅହଙ୍କାର ,

ହସ ତଳେ ଉଛୁଳୁ ଥିବା

ହୃଦୟ ର ନୀଳ ନିବିଡ଼ତା ରେ

କରିବାକୁ ପ୍ରଚଣ୍ଡ ପ୍ରହାର


ଏମିତି କାହିଁକି କର ଆଗନ୍ତୁକ

ଅଭିଶପ୍ତା ମେଘକନ୍ୟା

କେବେ କଣ ମାଗିଥାଏ

ବର୍ଷା ବିନ୍ଦୁରେ ତାର ଅଧିକାର

ତୁମେ ଚାଲିଗଲା ପରେ

ମୋ ପାଇଁ ଅନେକ ପ୍ରଶ୍ନବାଚୀ

ଫର୍ଚା ଆକାଶ ରେ

ମୋ ଠିକଣା ଅସ୍ତବ୍ୟସ୍ତ

ମୁଁ ଯେ ଅନ୍ଧାର ଅଭ୍ୟସ୍ତ

ମଧୁଶାଳା ରେ ମଧୁ ଆଉ କେତେବାକି

ଫେରି ଦେଖ ପଳାତକ ବନ୍ଧୁ

ପିଆଲା ରେ ଏବେ ଖାଲି

ତୁମ ନାଁ ର ନୀଳ ଜହର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract