STORYMIRROR

pranati Mahapatra

Romance

2  

pranati Mahapatra

Romance

ମଧୁରେ ମଧୁରାୟିତ

ମଧୁରେ ମଧୁରାୟିତ

1 min
2.7K

ମଧୁରେ ମଧୁରେ ମଧୁରାୟିତ ହେଉଥିଲା କର୍ଣ୍ଣ ପଟଳରେ

ନା ଥିଲା ତାର ରଙ୍ଗ ନା କିଛି ରୂପ,

ଛନ୍ଦରେ ଛନ୍ଦରେ ଛନ୍ଦାୟିତ ହୋଇ ଉଠୁଥିଲା

ନା ଥିଲା ସୁର,ତାଳ, ଲୟ

କେମିତିକା ଆକର୍ଷଣ ଇଏ ନା କିଛି ବସ୍ତୁ ଥିଲା

ନା ଲୁହା ଚୁମ୍ବକ ପରି କିଛି ଧାତୁ

ତଥାପି ଲାଗୁଥିଲା କେମିତି ଇଏ ମଧୁ ଆକର୍ଷଣ

ଅଚାନକ ପଶିଆସ ପ୍ରଳୟର ଝଡ଼ ପରି

ମୋର ଏହି ମନ ଗହନକୁ,

ପ୍ରଳୟର ତାଣ୍ଡବଲୀଳା କରୁଥାଅ ମୋ ହୃଦକନ୍ଦରରେ

ରହି ରହି ଅହରହ

ଅବଶ୍ୟ ସେ ତାଣ୍ଡବଲୀଳା ଲାଗେ ଭାରି ନିଜର ନିଜର

ପୁଣି ମଧୁରେ ମଧୁର

ଏ କେମିତିକା କଳା କୁହ ,ଦେଇଅଛି ତୁମକୁ ତ କିଏ

ଯାର ନାହିଁ ରୂପ ରଙ୍ଗ ବାସ କି ଆକାର

ସେ କଳାରେ ବଶ ହୁଅନ୍ତି 

ନର ପଶୁ ପକ୍ଷୀ ଲତାଗଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance