STORYMIRROR

Bijay Prusty

Romance

4  

Bijay Prusty

Romance

ମଧୁର ପ୍ରତିକ୍ଷା

ମଧୁର ପ୍ରତିକ୍ଷା

1 min
135


ଚାହିଁଛି ମୁଁ ସଖୀ ଆସିବୁ ବୋଲି ତୁ

ବରଷାର ରୂପ ନେଇ

ଛୁଇଁଦେବୁ ମୋର ସାରା ଶରୀରକୁ

ଭିଜାଇବୁ ଆଖି ଦୁଇ I

ତୋ ପାଇଁ ମୁଁ ସଖୀ ସାଇତି ରଖିଛି

ନୀଳ ଆକାଶରେ ଜହ୍ନ

କେତେ ଯେ ଭାବନା ସଜାଇ ରଖିଛି

ସୁକୁମାର ମୋର ମନ I

ତାରାଫୁଲ ସବୁ ଆକାଶେ ବିଞ୍ଚିଛି

ତୋ କଅଁଳ ପାଦ ପାଇଁ

ଶେଫାଳୀ ମହକ ଆଘ୍ରାଣ କରିବୁ

ମନ ଯିବ ଖୁସି ହୋଇ I

ତୋ ପାଦେ ଅଳତା ପିନ୍ଧାଇବ ବୋଲି

ଚାହିଁଛି ରକ୍ତ ମନ୍ଦାର

ଗୀତପଦେ ତୋତେ ଶୁଣାଇବା ପାଇଁ

ସଜ ହେଉଛି ଭଅଁର I

ତୋ ମଥାରେ ବିନ୍ଦି ହେବବୋଲି ସଖୀ

ମଧୁମାଳତୀର ଆଶା

ଚେଇଁ ଉଠିଲାଣି କାନନେ କୋକିଳ

ହେବ ତୋ କଣ୍ଠର ଭାଷା I

ମୋ ହୃଦ ବେଳାରେ ଆଙ୍କିଛୁ ବୋଲି ଲୋ

ତୋ ସୁନ୍ଦର ପାଦଚିହ୍ନ

ପ୍ରତିକ୍ଷାରେ ତୋର ବସିଛି ମୁଁ ସଖୀ

ଭୁଲିଯାଇ ରାତି ଦିନ I

      


Rate this content
Log in

Similar oriya poem from Romance