STORYMIRROR

Bijoy Jena

Abstract Action Inspirational

3  

Bijoy Jena

Abstract Action Inspirational

ମଧୁର ମିଳନ

ମଧୁର ମିଳନ

1 min
147


ଖରା ତାତି ପରେ  ଲେଉଟାଣି ଆସେ

   ବରଷାର ବାରି ଧାରା

ବେଙ୍ଗ ଓ ବେଙ୍ଗୁଲି ସାରୁ ଗଛ ମୂଳେ

   ମିଳନରେ ଭେଟ ପରା।

ନଦୀ ଓ ଝରଣା   ବହି ଯାଉଛନ୍ତି

  କେତେ ଖାଲ ଢିପ ଡେଇଁ

ସାଗର ବକ୍ଷରେ  ହଜାଇ ଦିଅନ୍ତି

    ମିଳନର ସ୍ଵାଦ ପାଇଁ।

ଘୋର ବନସ୍ତରେ  ମୃଗୁଣୀ ଝୁରଇ

   ଖୋଜି ଖୋଜି ମୃଗ ତାର

ପ୍ରସ୍ପୁଟିତ ପୁଷ୍ପେ   ଭ୍ରମର ଚୁମଇ

  ସୌନ୍ଦର୍ଯ୍ୟରେ ହୋଇ ବାଇ।

ଯେତେ ଦୂରେ ଥିଲେ ସୁରୂଜ ଦେବତା

   ପଦ୍ମିନୀ ରହଇ ଚାହିଁ

ଚାନ୍ଦ ସହ ଯୋଡେ ନୀଳ କଇଁ ପ୍ରେମ

     ମିଳନର ଦୃଶ୍ୟ ତହିଁ।

ଭକ୍ତ ଭଗବାନ   ଅତୁଟ ସମ୍ପର୍କ

    ଯୁଗ ଯୁଗ ଧରି ସତ

ସେ ପ୍ରଭୁ କାଳିଆ ହସେ ସିଂହାସନେ

    ଭକତରେ ସାଧି ହିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract