ମଧୁ ମାଳତି
ମଧୁ ମାଳତି
ମଧୁକ୍ଷରା ମୁଁ ମଧୁମାଳତି
ଲଟେଇଛି ତୁମ ପ୍ରୀତି କୁଂଜବନେ
ଫୁଲର ମହକ ବୁଣି।
ସଜାଇ ରଖିଛି ଜୀବନ ଝୁଲଣା
ଅଳସ ଭାଂଗୁଛି ଜୋଛନା ରାତି।
ବିରହ ଗୀତରେ ଛନ୍ଦହରା ଲାଗେ
ତୁମ ମଧୁବନ ଉଜୁଡା ସ୍ମୃତି।
ଛନଛନ ମୋର ଶ୍ୟାମଳୀ ତନୁ
ପିଇ କାଦମ୍ବରୀ ରସ,
ଅଂଗେ ଅଂଗେ ମୋର ଭରିଛି
ପୁଲକ, ଶିହରିତ ତନୁମନ।
ତୁମ ପରଶର ଅଜଣା ରୋମାଞ୍ଚ
ଜଗାଏ ମଧୁ କଂପନ।
ତୁମେ ପରା କୁହ ମୁଁ ରସରଂଗିନୀ
ରାଧା ମନୋହାରୀ ପ୍ରିୟସଖୀ,
ସୁହାସ ବଦନୀ, ଭାବ ସୁନ୍ଦରୀ
ମଧୁଚନ୍ଦ୍ରିକାର ଭରା ମାଦକତା
ଜୀବନ କୁଞ୍ଜରେ ଲଳିତ ପ୍ରୀତି !
ମୁଁ କାଳେ ଜୀବନ ଝର୍ଣା କୂଳରେ
ରୂପସୀ ନାୟିକା, ମଧୁପ୍ରେୟସୀ।
ନାହିଁ ଅ।ଜି ରାସ, ନାହିଁ ଉଲ୍ଲାସ
ରଂଗହୀନ ଲାଗେ କୁଞ୍ଜବିଳାସ।
ଦିନେ ରାଧା ଭାବି ନେଇଥିଲ ତୋଳି
ଲାଜେ ମରିଗଲି ଜାଣିଲନି କି।
କି ଦଶା ଭୋଗିଲା ରାଧା ପ୍ରିୟସଖୀ
ସେକଥା ମନରେ ଅ।ସୁ ନାହିଁକି।
ତୁମେ ଗଲା ଦିନୁ ଅ।ସିନି ବସନ୍ତ
ବହିନି ମଳୟ , ଗ୍ରୀଷ୍ମମାସ ବାସ।
କୋଇଲି ପଡିଛି ନିଦରେ ଶୋଇ।
ଶୂନ୍ୟତାକୁ ହାତେ ମାପି ପାରେନାହିଁ
ବିରହ ବେଦନା ପାରେନି ସହି।
ଗୋପୀ, ରାଧାହୀନ ଏ କୁଞ୍ଜବନ।
ମାଟି ମମତାରେ ବାନ୍ଧିଛି ମନ
ସଜାଇ ରଖି ଫୁଲର ଦୋଳି
ରହିଛି ଏକା, ନିଃସଂଗ ପ୍ରାଣ।
ମାଟିର ଲତା ମୁଁ , ତନୁ କୋମଳ
ଦେହେ ଛନଛନ ଭରା ଯୌବନ
ଅସାର ଲାଗେ ଏ ମଧୁ ଜୀବନ।
ଜାଣୁଛ କି ନାହିଁ କୁହ ମୋହନ !
ମାଟି ଦେହେ ମୋର ମାଧବୀ ମହକ
ତୁମେ ଜୀବନର ମଧୁର ଗୀତ।
ସୀମାହୀନ ତୁମ ପ୍ରେମର ବାରିଧି
ମୁଁ ଝରା କାକର, ଅସରା ଲୁହ।
ଚଉଦିଗେ ଦିଖେ କେମିତି ବ୍ୟାପିଛି
ଅନନ୍ତ ଚେତନା, ଅନନ୍ତ ଜ୍ୟୋତି।
ମାଟିର ଦୀପ ମୁ ଚେନାଏ ଅ।ଲୋକ
ଲିଭି ଲିଭି ଜଳେ ତୁମରି ଲାଗି।
ଏ ପିଣ୍ଡ ବ୍ରହ୍ମାଣ୍ଡ ଦେଇଥିଲ ଜ୍ଞାନ
ଥଳକୂଳ ନାହିଁ, ଶୂନ୍ୟ ଭୁବନ
ବୁଝିବା ଶକ୍ତି ମୋ କାହିଁ ମୋହନ।
ତୁମ ପ୍ରତୀକ୍ଷାର ସାକ୍ଷୀ କୁଂଜବନ
ଜୀବନ୍ତ ମଶାଣି ପରାୟ ଦିଶଇ
ଜୁଇରେ ଜଳଇ ମିଳନ
ପିଅ।ସୀ ବିରହୀ ମନ।
ଜାଣୁଛ କି ନାହିଁ କୁହ ମୋହନ !
କୁଞ୍ଜବନେ ଦେଖ ମୋ ଅ।ତ୍ମା ଫୁଲ
ଛାଡି ନାହିଁ ଅ।ଶା ଫୁଟେ ରାତିଦିନ
ପାଦ ତଳେ ତୁମ ଲୋଟିବା ପାଇଁ।
ଅ।ଶାରେ ଅ।ଶାରେ ରହିଛି ଚାହିଁ
ଅପଲକ ନେତ୍ର, ଡେରିଛି କାନ
ସମୟର ସୁରେ କାଳେ ଶୁଭିବକି
ବଂଶୀର ସ୍ବନ, ଅ।ସୁଥିବେ
ସଖା ମନମୋହନ
କୋଳେଇ ନେବେ କରି ଯତନ।
*******