STORYMIRROR

Lata Behera

Abstract

4  

Lata Behera

Abstract

ମଧୁ ବର୍ଣ୍ଣବୋଧ କବିତା ମାଳା

ମଧୁ ବର୍ଣ୍ଣବୋଧ କବିତା ମାଳା

1 min
2


ନକର ରୋଷ ନ ଧର ଦୋଷ 

ଅଭିମାନ କର ନାହିଁ

ଭାଇ ଭଉଣୀଏ ଖେଳିବା ଆସ

କଟି ପକାଅନି କେହି ।


ମିଳି ମିଶି ଆମେ ଖେଳି ଯିବା ଖେଳ

ରାଗ ରୁଷା ହେବା ନାହିଁ 

ଏ ମାଟି ମାଆର ଆମେ ତ ସନ୍ତାନ 

ଏକା ସାଥେ ଥିବା ରହି ।


ଅଢେଇ ଦିନିଆ ଏଇତ ଜୀବନ 

ତାକୁ ତ ଭରସା ନାହିଁ 

ବୃଥାଟାରେ କିମ୍ପା ଅହଂଭାବ ଧରି

ଅପଡ ହୋଇବା କାହିଁ ?


ଏ ମାଟି ଶରୀର ମାଟିରେ ମିଶିବ

ନିଃଶ୍ବାସଟି ଗଲେ ରହି

ମଶାଣୀ ଜୁଇରେ ପାଉଁଶ ହେବ ସେ

ନ ଯିବେ ସାଥିରେ କେହି ।


ଜନମିଛେ ଏକା ଚାଲି ଯିବା ଏକା

ରହି ଥିବ ଏହି ମହୀ 

ଯେତିକି ବଞ୍ଚିବା ସାଥି ହେଇ ଥିବା

ହାତକୁ ଛାଡିବା ନାହିଁ ।


ଧରିବାନି କେବେ କାହା କଥା କେହି

ପଥ ଯିବା ଆମେ ବାହି

ଯେତେ ବାଧା ବିଘ୍ନ ଦୁଃଖ କଷ୍ଟ ଆସୁ

ହସି ହସି ଯିବା ସହି ।


ଆଲୁଅ ଅନ୍ଧାର ମଣିଷ ଜୀବନ

ଏଇ ଅଛି ଏଇ ନାହିଁ 

ଅଢେଇ ଦିନକୁ କାହିଁକି ବଡେଇ

ଜିଦି କର ନାହିଁ କେହି ।


ପାଣି ଫୋଟକାର ଏଇତ ଜୀବନ

କପଟ ରଖନି କେହି 

ଯେତିକି ବଞ୍ଚିବା ସାଥିରେ ରହିବା

ହସି ହସାଇବା ମହୀ ।


ଗୋଟିଏ ମାଳରେ ଅନେକ ଫୁଲ ତ

ବାସ ଛୁଟାଉଛେ ମହୀ

ରଙ୍ଗ ବେରଙ୍ଗର ସାଜି ପ୍ରଜାପତି 

ସବୁ ମନ ନେବା ମୋହି ।


ବିପଦ ଆପଦ ଆସୁ ଝଡଝଞ୍ଜା

ଏକ ସାଥେ ଥିବା ରହି

ଆମ ଏ ସମ୍ପର୍କ ଅତୁଟ ରଖିବା

ନେବା ତ ଶପଥ ଏହି ।


ଭୁଲ୍ ବୁଝାମଣା ଆଣିବାନି ମନେ

ସମ୍ପର୍କଟି ଭାଙ୍ଗେ ସେହି

ମାନ ଅଭିମାନ ସବୁ ଭୁଲି ଯିବା

ଖୁସି ସାଉଁଟିବା ତହିଁ ।


ଆମେତ ହସିଲେ ହସିବ ଜଗତ

ଆମ ପରି କେହି ନାହିଁ 

ଗୋଟିଏ ମାଆର ଆମେ ପୁଅ ଝିଅ

ରଖିବା ତ ଟେକ ମହୀ ।।

 


Rate this content
Log in

Similar oriya poem from Abstract