ମୌସୁମୀର ପ୍ରୀତିଛିଟା
ମୌସୁମୀର ପ୍ରୀତିଛିଟା
ମୌସୁମୀ ଆସିଲା ନିବିଡେ ବର୍ଷିଲା
ମାଟି ଦେହ ଗଲା ଭିଜି
ଦାଉଦାଉ ଶୋଷି ଏକାନ୍ତେ ତୋଷିଲା
ପ୍ରୀତି ଇନ୍ଦ୍ରଧନୁ ସୃଜି।।
ଅ,ଭରା ଭରିଲା ଋତୁ ବାହୁଡ଼ିଲା
ଦେହ ମନ ତୃପ୍ତ କରି
କାନ୍ତି ଚହଟାଇ ପ୍ରକୃତି ହସିଲା
ସୃଜନୀ ଶକ୍ତିକୁ ଧରି।।
ଫୁଲେଇ ମୌସୁମୀ ପ୍ରିତିଛିଟା ମାରି
ଭିଯାଇଲା ତନୁ ମନ
ପ୍ରିୟତମ ମୋର ଆସିବେ ଫେରିକି
ବାରତା ନେଇ ଏସନ।।
ତାଙ୍କରି ସ୍ମୃତିରେ ନିମଗ୍ନ ଆଜି ମୁଁ
ଲାଗେ ସର୍ବ ନିସ୍ତରଙ୍ଗ
ଫଟା ହିଡ ପରି ଶୂନ୍ୟତା ଦହନ
ସ୍ପୃର୍ତ୍ତିର ନିଃସ୍ଵନ ସଙ୍ଗ।।
ନିଷ୍ପ୍ରାଣ ଜୀବନେ ଭରିଲ ମୌସୁମୀ
ପୁଲକିତ ପୁଷ୍ପ ଗୁଚ୍ଛ
ମହକିତ ଆଜି ମୋ ଜୀବନ ସତେ
ପ୍ରମତ୍ତ ସ୍ପର୍ଶନେ ସ୍ଵଚ୍ଛ।।
ପ୍ରିୟତମ ବିନା ଫିକା ଏ ଜୀବନେ
ଥଣ୍ଡା ସମୀରଣ ଭରି
ସ୍ପୃହାହୀନ ନିସ୍ତରଙ୍ଗ ଜୀବନରେ
ସ୍ବପ୍ନ ରଙ୍ଗାୟୀତ କରି।।
ଥିଲା ଶୂନ୍ୟତାରେ ବୈଶାଖୀ ଦହନ
ଭିଜାଇଲ ସ୍ମାରକରେ
ବିଦୀର୍ଣ୍ଣ ନିଃସଙ୍ଗ ମୋ କକ୍ଷରେ ଆଜି
ଋତୁସିକ୍ତ ମାଧୂର୍ଯ୍ୟରେ।।
ଭିଜା ଭିଜା ମାଟି ସ୍ପର୍ଶରେ ଏ ମନ
ହୁଏ ସତେ ଆନ୍ଦୋଳିତ
ଭିଜାଇବେ ସତେ ପ୍ରିୟତମ ମୋତେ
ପ୍ରେମରେ କରି ଉନ୍ମତ୍ତ।।
ଆକାଶେ ବଉଦ ଦେଖି ଯେ ମଲ୍ଲାର
ଯେମିତି ଯେ ଉତ୍ଫୁଲିତ
ମୌସୁମୀ ଗୋ ତୁମ ଆଗମନ ଦେଖି
ପ୍ରାଣ ମୋର ସ୍ପନ୍ଦାୟିତ।।
ନିଆରା ତୁମର ପ୍ରୀତିର ସ୍ନିଗ୍ଧତା
ମନେ ଭରେ ମାଦକତା
ଦେହମନ ସ୍ପର୍ଶୀ ଯାଏ ଭାବାବେଗେ
ପ୍ରୀତି ଫୁଲର ଉଷ୍ମତା।।
ଭିଜାମାଟି ସ୍ପର୍ଶେ ଅଙ୍କୁରିତ ହେବ
ନୂତନ ବୀଜର ଆଜି
ପ୍ରିୟ ସ୍ପର୍ଶ ପାଇଁ ବିରହିଣୀ ମୁଁହି
ମୟୁରୀଟିଏ ଯେ ସାଜି।।
ମୌସୁମୀ ଗୋ ତୁମେ ବିରହ ନ ଭରି
ପ୍ରିୟକୁ ଆଣ ଫେରାଇ
ତା ପ୍ରଣୟ ମେଘ ମଲ୍ଲାରକୁ ଚାହିଁ
ରହିଛି ନିଃସଙ୍ଗେ ଜିଇଁ।।