ମାୟା ମୃଗ ବଧ
ମାୟା ମୃଗ ବଧ
ଶୁଣ କୋଵିଦେ ରାମାୟଣ ରସ
ଅକଳନ ପୁଣ୍ୟ ଲାଭ ସହଜ
ଉପାୟ ଅଟଇ ଏହି ରାମୟଣ
ତୁଳା ପରି ପାପ ହେବ ଦହନ ।
ଶୁଣିଲେ କର୍ଣ୍ଣ ରେ
କଳ୍ପନ୍ତର ପାପ ବିଧ୍ଵଂସ କରେ
ନାସା କର୍ଣ୍ଣ ହୀନ ହୋଇ ଅସୁରୀ
ପ୍ରବେଶିଲା ଯାଇ ସେ ଲଙ୍କା ପୁରୀ
ବିଂଶ ପାଣି ପଦେ ଜଣାଇ କହେ
ତ୍ରିଶିର , ଦୂଷଣ, ଖର ହତ ହେ ।
ବିହିଲେ ଏ ଦଶା
ଦଶାନନ କହେ କି ଲୋକ ହସା
ଏ ସାରା ସଂସାରେ ଆନ କେ ଅଛି
କହ ବେଗେ କେହୁ ଦଣ୍ଡ ଦେଇଛି
କହଇ ଅସୁରି ପଞ୍ଚ ବଟୀ ରେ
ଆସି ରହୁ ଛନ୍ତି ବେନି କୁମରେ ।
ରାମ ଓ ଲକ୍ଷ୍ମଣ
ଦଣ୍ଡ ଦେଇ ମୋତେ କଲେ ଏ ସନ
ତାଙ୍କ ର ରମଣୀ ଅତି ସୁନ୍ଦରୀ
ବୈଦେହୀ ବୋଲିଣ ନାମ ତାଙ୍କରି
ମନ୍ଦୋଦରୀ ଠାରୁ ଅନେକ ବେଶୀ
ସୁନ୍ଦରୀ ପ୍ରିୟା ତା ଚାରୁ ରୂପସୀ ।
ତୋ ପାଇଁ ତାହାକୁ
ଆଣୁ ଆଣୁ ମୋତେ ଦେଲେ ଦଣ୍ଡକୁ
ସୂର୍ପଣଖା କଥା ଶୁଣି କ୍ରୋଧରେ
ପ୍ରଜ୍ଜ୍ଵଳିତ ଅଗ୍ନି ହୋଇଲା ଖରେ
ରାବଣ ତକ୍ଷଣେ ମାରୀଚ ପାଶେ
ଯାଇ ଆପଣା ର କୁଟ ପ୍ରକାଶେ ।
ବୋଇଲା ମାରୀଚ
ସାଜ ତୁହି ସ୍ୱର୍ଣ୍ଣ ବତାୟୁ ବେଶ
ଆଶ୍ରମ ର ଆଖ ପାଖ ରେ ଖେଳି
ରାମ ଲକ୍ଷ୍ମଣ ଙ୍କୁ ଆଣ ଭୁଲାଇ
ଅଚାନକ ଚାହିଁ ଦେଲେ ଚକିତେ
ଦେଖିଲେ ଜାନକୀ କି ଆଚମ୍ବିତେ ।
ଖେଳେ ମ।ୟମୃଗ
ହେମ ଅଜିନ ରେ ମୋହେ କୁରଙ୍ଗ
ବୀଣା ଜିଣ। ଭାଷୀ ଶ୍ରୀ ରାମେ ଭାଷୀ
ଆଣ ମୃଗ ବଧୀ କେଡେ ସାହସୀ
ଜାଣିବି ଆଣିଲେ ଏହାକୁ ମାରି
ଅଜିନେ ବସନ୍ତି ମୁହିଁ ଏହାରି ।
କହଇ ଲକ୍ଷ୍ମଣ
ମାରୀଚ ନିଶ୍ଚେ ଏ କପଟୀ ଏଣ ।
ବାସ୍ତବ ବିଶ୍ୱେ କି ସତ୍ୟ ଏସନ
ମାୟାରେ ମାରୀଚ କୁରଙ୍ଗ ସ୍ୱର୍ଣ୍ଣ
ସାଜି ଉଭା ଆହା ଏହି ସୂରଙ୍ଗେ
ନଜାଅ ତହିଙ୍କି ଏକାକୀ ତୁମ୍ଭେ ।
ମାନ ମୋ ବଚନ
ଲୋଭ ହିଁ ବିନାଶ ମୂଳ କାରଣ
ବାର ବାର ତହିଁ ଜାନକୀ ସତୀ
କହି ବାରୁ ରାମ ଗଲେ ଝଟତି
ଦୂରୁ ଚାହିଁ ରାମ ରମ୍ୟ ଜ୍ୟୋତି କୁ
ଧାଇଁଲା ସେ ମୃଗ ବନ ମଧ୍ଯ କୁ ।
ରଖ ହେ ଲକ୍ଷ୍ମଣ
ମୃଗ ରଡି କରେ ଧାଇଁ ଧାଇଁଣ
ଆଚମ୍ବିତ କଥା ଶୁଣି ଶ୍ରୀରାମ
ଭାଳିଲେ ରାକ୍ଷସ ମାୟା ଏ ସନ
କୋଦଣ୍ଡ ନାରାଚ ପେଶି ତକ୍ଷଣ
କଲେ ମାରୀଚ ର ପ୍ରାଣ ହରଣ
ଭୟଙ୍କର ବେସେ
ମରି ସେହି ବନେ ପଡିଲା ଶେସେ ।

