STORYMIRROR

Nayana Kumar Mohanta

Abstract

3  

Nayana Kumar Mohanta

Abstract

ମାଟିର ଶୋକ

ମାଟିର ଶୋକ

1 min
376

  ସ୍ୱଚ୍ଛଂଦ ପଦ-ପାତରେ

        ଶିଶୁ'ଟିଏ ପରି,

ଯେଉଁ ମାଟି ପରେ ଚାଲେ

         ନିତି ଦେହ ଧରି


ସାଉଁଟି ଆଣିଲେ ତହୁଁ

       ମୁଠି'ଏକ ମାଟି,

ଯାହା ପାଏ ଦେଖି ତାହା

       ଛାତି ଯାଏ ଫାଟି


ରେଣୁରେ-ରେଣୁରେ କାହା

        ଶୋଣିତ'ର ବାସ,

ମାଟି'ର ପଂଜରୁ ଆସେ

        କାହା ଦୀର୍ଘ ଶ୍ୱାସ


ରାମ-ରାମ ଡାକେ କେବା

        ମାଟି'ର ଜଠରୁ,

ଉଷୁମ-ରୁଧିର ଝରେ

        ମାଟି'ର କୋଷରୁ


କାହାର ବିଳାପ ଭାସି

       ଆସେ ଅଂତରାଳେ,

ଖେଦି ଯାଏ ଗଗନେ-

         ପବନେ ଚକ୍ରବାଳେ


ଖୁଦିରାମ ଫାସି-ଖୁଂଟେ

         ଦୀର୍ଘ ଶ୍ୱାସେ ଅବା

ନାଥୁରାମ ଗୁଳି-ବିଦ୍ଧ

       ପୂଜ୍ୟ ବାପୁ ଅବା


କି ଅବା ଭକତ ସିଂହ

      ଅଂତିମ ନିଃଶ୍ୱାସ

ଗୁମୁରି କାଂଦ଼ଇ ଆତ୍ମା

      ଲୋଭି ଅବଶୋଷ


ଦେଶ'ର ସ୍ୱରାଜ ପାଇଁ

       ଦେଇ ଆତ୍ମ ବଳୀ

ସୂନା'ର ଭାରତ ଗଢି

      ଦେଇ ଗଲେ ଚଳି


ହେଲେ କିଂପା ପ୍ରତେକ

      ପ୍ରଭାତେ ରକ୍ତ ରାଗେ

କ୍ରଂଦନ'ର କରୁଣ ମୂର୍ଛନେ

       ନିଦ୍ରା ଭାଂଗେ


ରେ ପାଷାଂଡ ଉଗ୍ରବାଦି

        ଗୁଳି-ଗୋଳା ସାଜି,

ରକତ ପିପାସେ ଯାଅ

         କେଉଁ ପଥ ହେଜି


ଯେଉଁ ପଥେ ଯାଅ ତୁମେ

      ଭାରତ ସେ ଦେଶ

ଦେଖ ଏ ଛିଡା ହୋଇଛି

      ହିମ କିରିଟୀଶ


ନିର୍ଗମେ ତା ବକ୍ଷୁ ସଦା 

        ଅମୃତ ସଂଚାର,

ପବିତ୍ର ଗଂଗୋତ୍ରୀ ନାମ

       ଅଟ଼ଇ ତାହାର


ସିକ୍ତ କରି ଏ ଦେଶକୁ

      ପବିତ୍ର ପୟୋରେ

ଭ୍ରାତୃ'ଭାବ-ପ୍ରେମ ଭାବ

      ହୃଦୟେ ସଂଚାରେ


ଏ ନୁହେଁ ମାଉଁସ ଭୋଜି

        କରିବା ଖେତର

ଶବ'ଟିଏ ଚିରି-ଫାଡି

       କୋମଳ ଶିଶୁ'ର


ବୁକୁ ଭରା-କ୍ଷୀର-ଭରା 

      ଜନନୀ ଯୌବନ

ଲେହି ତୃପ୍ତ ହେବ ନାହିଁ

       ତୁମ ଦେହ ମନ


ପ୍ରତ୍ୟେକ ଯୌବନ

     ପୂଜା-ଫୁଲ ଦେବତା'ର

ପ୍ରତ୍ୟେକ ଜନନୀ ସ୍ୱଚ୍ଛ

     ଶୁଭ୍ର ଗଂଗାଧାର


ଅସ୍ତ୍ର ସବୁ ଗଂଗା ଜଳେ

     କ୍ଷେପି ଚାଲି ଆସ 

ଶରଣ ଦାୟିନୀ ଅଟେ

     ଏ ଭାରତ ଦେଶ


ପ୍ରେମ'ରେ ଭାରତ ମିଳେ

      ରଣେ ବହୁ ଦୂର

ପାଇବୁନି କେବେ ତାକୁ

      କରିଲେ ସମର

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract