ମାଟିର ମହକ
ମାଟିର ମହକ
ଗ୍ରୀଷମର ଅନ୍ତେ ଆସଇ ମରତେ
ସୁନ୍ଦର ବରଷା କାଳ
ତାପ ତପ୍ତ ଧରା ହୁଏ ସୁଶୀତଳ
ଲଭି ବରଷାର ଧାର ।
ଦଶ ଦିଶ ଘୋଟି କରେ ଜଳ ବୂଷ୍ଟି
ଆକାଶରୁ ମେଘ ମାଳା
ଜଳ ଧାରା ପାତେ ପ୍ରାଣୀଏ ସମସ୍ତେ
ଆନନ୍ଦେ କରନ୍ତି ଖେଳା ।
ମଉସୁମୀ ବାୟୁ ବହିଲେ ବା କେହୁ
ନ ହୁଏ ଆନନ୍ଦ ମନ
ମାଟିର ମହକ ସୂଚାଇ ଦିଅଇ
ମଉସୁମୀ ଆଗମନ ।
ଶୀତଳ ପବନ ବାଜି ଶୁଷ୍କ କ୍ଳିଷ୍ଟ
ଦେହେ ଯୋଗାଏ ପୁଲକ
ପହିଲି ବରଷା ପାତେ ହସେ ରସା
ଛୁଟେ ମାଟିର ମହକ ।
ପ୍ରାଣୀ ଓ ଉଦ୍ଭିଦ ସହିତ ସମସ୍ତ
ଜୀବ କୂଳ ନବ ତୃପ୍ତି
ଜଗାଇ ଜାଗଇ ମହକ ଛୁଟଇ
ଆହା କି ସୌରଭ ସୃଷ୍ଟି ।
କରଇ ସବୁଠି କୂଷିଜୀବି ଜନ
ମନେ ଜାଗେ ନବ ଆଶା
ଆହା କି ! ସନ୍ତୋଷ ମଧୁମୟୀ ହାସ
ଘେନିଣ ଉର୍ବି ସୁ ‐ବେଶା ।

