STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ମାଟିର ବାସ୍ନା

ମାଟିର ବାସ୍ନା

1 min
383

ବର୍ଷା ଋତୁ ପରା ଆଷାଢ଼ ମାସଟି

  ବହୁ ଥାଏ ମାଟି ବାସ୍ନା,

କରେ ଆନନ୍ଦିତ ଜନ ସମୁଦାୟେ

  ବର୍ଷାଋତୁ ମାଟି ବାସ୍ନା।


ସୂର୍ଯ୍ୟର କୀରଣ ପଡୁ ଥାଏ ଯହିଁ

  ସହିବାରେ ଅସମ୍ଭବ,

ବର୍ଷାର ବାଦଳ ମାଡ଼ି ଆସେ ତହିଁ

  ହୁଏ ଟି ବର୍ଷା ଆରମ୍ଭ


ତପ୍ତ ଭୁଇଁ ପରେ ପଡେ ବର୍ଷ ଜଳ

  ମାଟି ବାସ୍ନା ସଞ୍ଚାଳିତ,

ଖୁସିର ସଞ୍ଚାର କରେ ମାଟିବାସ୍ନା

  କରେ ଜନ ଆନନ୍ଦିତ।


ମାଟି ବାସ୍ନା ଏହୁ କରେ କୃଷକଙ୍କୁ

  ଅଙ୍ଗ ଅଙ୍ଗ ପ୍ରଫୁଲ୍ଲିତ,

ଶକ୍ତିର ସଞ୍ଚାର କରେ ମାଟି ବାସ୍ନା

  ଚାଷକାର୍ଯ୍ୟେ ଆତୁରିତ।


କେତେବର୍ଷା ପାଣି ଭେଦିଯାଏ ଅଙ୍ଗେ

  ନାହିଁ ମନେ ଚିନ୍ତା ଭାବ,

କେତେ ଇନ୍ଦ୍ରଧନୁ ଦେଖୁ ଥାଏ ନିତ୍ୟେ

  କୃଷିକାର୍ଯ୍ୟେ କର୍ମଭାବ।


କରି ପରିଶ୍ରମ କରେ ଉତ୍ପାଦନ

  ରାଷ୍ଟ୍ରକୁ ଦିଏ ଟି ଅନ୍ନ,

ନାହିଁ ମନେ ଦୁଃଖ ସର୍ବଦା ଆନନ୍ଦ

  ଥାଏ କୃଷିକାର୍ଯ୍ୟେ ମନ।


ମାଟି ବାସ୍ନା କରେ ଶକ୍ତିର ସଞ୍ଚାର

  ସବୁଜର ଭୁଇଁ ପରା,

ଦିଶେ ଜଳମଗ୍ନ ନଦୀ ଓ ପୋଖରୀ

  ଆଷାଢ଼ ମାସ ଟି ପରା।


ନାହିଁରେ ତା ବିଶ୍ରାମ ସର୍ବଦା ବିଲରେ

  ନାହିଁ ଅଭିଯୋଗ କାରେ,

କର୍ତ୍ତବ୍ୟ ପଥରେ ନିରନ୍ତର ଚାଷୀ

  ନାହିଁ ପଟାନ୍ତର ତାରେ।


ମାଟି ବାସ୍ନା ତହିଁ ଶକ୍ତିର ସଞ୍ଚାର

  କରୁ ଥାଏ କୃଷକରେ,

ବାସ୍ନା ନୀରୋଗର ଦିଏ ମାଟିବାସ୍ନା

  ଶକ୍ତି ଭରେ ଶରୀରରେ।


ଅପୂର୍ବ ବାସ୍ନା ଏ ପ୍ରଭୁଙ୍କର ସୃଷ୍ଟି

  ଜନହୀତେ ସଞ୍ଚାଳିତ,

ନାହିଁ ପଟାନ୍ତର କୌଣସି ବାସ୍ନାର

  ମାଟିବାସ୍ନା ଏ ଅଦ୍ଭୁତ।


ମାଟି ବାସ୍ନା ସଙ୍ଗେ ପୁଷ୍ପର ସୁଗନ୍ଧ

  ଆଷାଢ଼ ମାସର ବାସ୍ନା,

ସବୁଜର ଭରା ଧରା ଭୁଇଁ ଦିଶେ

  କରେ ମନ୍ତ୍ରମୁଗ୍ଧ ବାସ୍ନା।


ଇନ୍ଦ୍ରଧନୁ ରଙ୍ଗେ ରଙ୍ଗୀତ ଆକଶ

  କରେ ମନ ଉତ୍ସାହିତ,

ସବୁଜ ରଙ୍ଗରେ ରଙ୍ଗୀତ ଧରଣୀ

  କୃଷି କାର୍ଯ୍ୟ ଅବିରତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract