STORYMIRROR

Amit Bal

Action Classics Inspirational

4  

Amit Bal

Action Classics Inspirational

ମାଟିଘର

ମାଟିଘର

1 min
223

ସମୟ ଚାଲିଛି ନିତି ନିଜସ୍ବ ବାଟରେ

           ସୁଷମା ନିରେଖି ଫଗୁଣ ହାଟରେ

ମଣିଷ ବଦଳାଇଛି ଆପଣା ଠିକଣା

          ଲୁହ ଆଉ ଲହୁର ଉଜାଣି ସୁଅରେ ।


ଜଙ୍ଗଲ ଛାଡ଼ି ସେ ଆସି ରହିଲା ମାଟି ଘରେ

        ସୁଖର ସପନ ନେଇ ମହାଆନନ୍ଦରେ

ବେସୁରା ଜୀବନ ତା ସଙ୍ଗୀତରେ ଭରିଲା

          ସରସତା ଖେଳିଲା ମନ ମନ୍ଦିରରେ ।


ସମୟ କ୍ରମେ ଋତୁ ପରେ ଋତୁ ଧରାକୁ ଛୁଇଁଲା 

       ଦିନ ମାସ ବର୍ଷ ଦଶନ୍ଧି ବିତି ଯେ ଚାଲିଲା

ମାଟି ଘରେ ସେଇ ସ୍ବପ୍ନ ବିଧୂର ପ୍ରତିଟି କ୍ଷଣ

     ଶିଶିର ଭିଜା ହୃଦୟ ରେ ତା' ମଳୟ ବୁଣିଲା ।


ବୈଶାଖ ଯେବେ ତପ୍ତକଲା ଧରଣୀର ତନୁଲତା

 ମାଟିଘର ଭରିଥିଲା ହୃଦୟ ସହ ଶରୀରେ ଶୀତଳତା,

ଶୀତର ସେ ପ୍ରଚଣ୍ତ ଜାଡକୁ ଅଚିରେ ଦେଇ ଦୂରେଇ

   ପାଇଥିଲା ସେ ସେଇ ମାଟି ଘରେ ପ୍ରୀତିର ଉଷ୍ଣତା ।


ମାଟିଘର ଆଜିବି ଲାଗେ ସଭିଙ୍କୁ ଖୁବ୍ ଆପଣାର

  ଆକାଶର ଛାତି ତଳେ, ସେ ପ୍ରେମ ନିରୀହ ମାଟିର

ତା'ସେ ମାଟି ଲେପା କାନ୍ଥର ମିଠା ମିଠା ବାସ୍ନା 

 ସ୍ମୃତିହୋଇ ରହିଛି ମନେ ସତେକି ସୁନେଲି ଅତୀତର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action