STORYMIRROR

Lokanath Rath

Action Inspirational

4  

Lokanath Rath

Action Inspirational

ମାତୃଭୂମି

ମାତୃଭୂମି

2 mins
177

ଏ ଦେଶ ମାଟିରେ ଜନ୍ମିଛେ ଆମେ, ଏ ତ ଆମ ଜନ୍ମଭୂମି, 

ହିମାଳୟ ଠାରୁ କନ୍ୟାକୁମାରୀ ସବୁ ସେହି ପୁଣ୍ୟ ଭୂମି. 

ଇତିହାସ କହେ ବୀରଙ୍କର ଦେଶ ଅଟେ ତ ଏ ଭାରତ, 

କେତେ ଗୁଣୀ ଜଣଙ୍କ ଜ୍ଞାନ ଗୁଣେ ଭରା ମାଟିର ମହତ. 

କେତେ କେତେ ବିଦେଶୀ ଆସି ଯାଇଛନ୍ତି ଏ ମାଟିରୁ ଚାଲି, 

ତଥାପି ଏ ଦେଶ ମାଟିର ମହତ ହୋଇନାହିଁ ତ ଖାଲି. 

ମୋର ଏହି ଦେଶ ସଂସ୍କୃତି ଆଜି ବି ଅଟେ ବିଶ୍ୱ ଵିଖ୍ୟାତ, 

ବୁଝି ତାକୁ କେତେ କେତେ ବିଦେଶୀ ହୋଇଛନ୍ତି ଅନୁଗତ. 

ଦୁଃଖ ଲାଗେ ଲଜ୍ଜ୍ୟା ଲାଗେ ଦେଖି ଏବେ କିଛି ବିକୃତ କର୍ମ, 

ମର୍ମାହତ ହୁଏ ଆମ ମାତୃଭୂମି ଦେଖି ଏହି ଅଧର୍ମ. 

ଶିକ୍ଷିତ ଭାବି ଅନ୍ଧ ହୋଇ କିଛି ହୁଅନ୍ତି ପାଶ୍ଚାତ୍ୟ ପ୍ରେମୀ, 

ବୁଦ୍ଧି ବିବେକ ଶୂନ୍ୟ ହୋଇ ସେ ହୋଇଛନ୍ତି ବିପଥଗାମୀ. 

ଯେଉଁ ଦେଶେ ହେଉଥିଲା ସଦା ନାରୀର ସ୍ୱତନ୍ତ୍ର ସମ୍ମାନ, 

ଆଜି କିଛି କୂକର୍ମୀ ଲୁଟନ୍ତି ତାଙ୍କୁ ତ ଅବଳା ସମାନ. 

ଭୁଲନ୍ତି ସେ ଯେ ନାରୀ ଅଟେ ମାତା, ପତ୍ନୀ, ଭଗ୍ନୀ ତ କାହାର, 

ଅପକର୍ମ କରି ହରନ୍ତି ତା ଲଜ୍ଜ୍ୟା କରି ଦୁର୍ବ୍ୟବହାର. 

ସେତିକିରେ ଭରେ ନାହିଁ ଆକାଂକ୍ଷା ପୁଣି ସେ ନିଁଲ୍ଲଜଙ୍କର, 

ବ୍ୟଭିଚାରୀ ହୋଇ ଭାଙ୍ଗନ୍ତି ନିୟମ ଭୁଲି ସବୁ ସଂସ୍କାର. 

ନିଜ ସ୍ୱାର୍ଥ ହାସଲ ପାଇଁ ଜାତି ଧର୍ମର ଉଠାନ୍ତି ସ୍ୱର,  

ଅହଙ୍କାର ବହ୍ନି ରେ ସବୁ ଜାଳି ସେ କରନ୍ତି ଛାରଖାର. 

ଭୁଲନ୍ତି ଏବେ ତ ଏ ଦେଶର ଐତିହ ଓ କର୍ମର ପ୍ରଥା, 

କର୍ମ ବଳେ ଆମ ଦେଶେ ରହିଥିଲା ତ ଜାତିର ଗାଥା.

ଏବେ ଯେଉଁ ଧର୍ମ ନାମେ ହୁଏ ଘୃଣାର ଘୃଣିତ ଉତ୍ପତି, 

ସେ ସବୁ ଧର୍ମ ତ ସନାତନ ଧର୍ମରୁ ସୃଷ୍ଟି ହୋଇଛନ୍ତି 

ସାକ୍ଷୀ ତ ଅତୀତ କେତେ ବୀର ବିରଙ୍ଗନାଙ୍କ ବଳିଦାନ, 

ଦେଇଛି ସ୍ୱାଧୀନତା, ରଖିଛି ମାତୃଭୂମି ମାନ ସମ୍ମାନ. 

ଏବେ ବି ଦେଶ ପାଇଁ ଲଢ଼ନ୍ତି ନର ନାରୀ ହୋଇ ସୈନିକ, 

ବିଜୟୀ ହୋଇ ସୀମା ରକ୍ଷା କରି ରଖନ୍ତି ତ୍ରିରଙ୍ଗା ଟେକ. 

ଜନଗଣ ମନ ଗାଈ ହୁଙ୍କାର ଭରନ୍ତି ଦେଖଇ ପ୍ରଜା, 

ବନ୍ଦେ ମାତରଂ ଗାଈ କରନ୍ତି ମାତୃଭୂମିର ସର୍ବେ ପୂଜା. 

ଏବେ ବି ସମୟ ଅଛି, ଅତୀତ ଆମର ହାତ ଠାରୁଛି,

ମାତୃଭୂମି ପାଇଁ ଏକ ହେବା ଭେଦ ଭାବ ନ ଥିବ କିଛି. 

ଦେଖିବ ଦୁନିୟା ଆମ ପରମ୍ପରା ଆମରି ଏ ସଂସ୍କାର, 

ଧନ୍ୟ ହେବ ଜନ୍ମଭୂମି ବଢିବ ଗୌରବ ମାତୃଭୁମିର. 

ଆମେ ଭାରତୀୟ ଗର୍ବେ କହିବା ଦେଖ ଏ ମାଟିର କାମ, 

ଧନ୍ୟ ହେବ ମାତୃଭୂମି ଯେବେ ବଢିବ ତାହାର ସୁନାମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action