STORYMIRROR

DR PRASANTA KUMAR BISWAL

Inspirational

3  

DR PRASANTA KUMAR BISWAL

Inspirational

ମାତୃଭାଷା

ମାତୃଭାଷା

1 min
49

ମାଆ କ୍ଷୀର ଲାଭେ ଶିଶୁ ଲାଗି ଭବେ

     ଯେସନେ ସେ ମୂଲ୍ୟବାନ, 

ଖାଦ୍ୟ ବସ୍ତ୍ର ପରି ଭାଷା ଯେ ଆମରି

     ବଞ୍ଚିବାରେ ପ୍ରୟୋଜନ। 

ମାତୃଭାଷା ପ୍ରତି  ନଥାଏ ଯେ ପ୍ରୀତି 

    ଦେଶଭକ୍ତ କେ,ହୁଏନା,

ବିଦେଶୀ ଭାଷାକୁ ଆଦରିଲେ ତାକୁ

     ହୁଏ କି ଜ୍ଞାନୀ ଗଣନା ?

ଇଂରାଜୀ ପ୍ରଭାବେ ଓଡିଆ ଅଭାବେ

    ଦେଶ ବିକାଶ ହୁଏନା,

ମାତୃଭାଷା ହେଳେ ପିଲାଏ ବାଉଳେ

   ଚରିତ୍ର ହୁଅଇ ବଣା ।

ବରଗଛ ତଳେ  ଛୋଟ ତ ବିକଳେ

  ଉଧେଇ ଯେ ନ ପାରଇ,

ରାଜ୍ୟ କୁ ସେପରି ଇଂରାଜୀ ଆବୋରୀ

  ଗରଭେ ଦିଏ ହଜାଇ। 

ଅନ୍ୟଠି କଳନା କର ବିବେଚନା,

   ଆମର ସ୍ଥିତି ଯେପରି, 

ଲଣ୍ଡନ ଜର୍ମାନ  ତାଭାଷେ ମହାନ 

  ବିଶ୍ୱେ ବିଦିତ କିପରି। 

ଦେଶଟା ଆମର ଇଂରାଜୀ ଭାଷାର

  ଭଣ୍ଡାର ଯାଇଛି ପୁରି,

ପଲ୍ଲୀ ଠୁ ନଗର  ଦେଶୀ ବିଦେଶୀର

  ଉଠେ ଅଦୃଶ୍ୟ ପାଚେରୀ ।

ଏବେ ବାବୁ ଶ୍ରେଣୀ ଓଡିଆ ନଜାଣି

    ଜାତିର ଧରନ୍ତି ମଙ୍ଗ,

ସେ କାହୁଁ ବୁଝିବେ ଭାଷାର ଅଭାବେ 

   ନାଶେ ପ୍ରଗତି ଉମଙ୍ଗ ।

ତାଙ୍କର କି ଯାଏ, ଆବୁ କି ବଥାଏ

  ବଥ ଯେ ବଥେଇଥାଏ।,

ଶାସକ ଶାସିତ ଦୂରତା ବିଦିତ 

   ଜାଣି ସବୁ ନିରୁପାଏ ।

ମାଆ,ମାତୃଭାଷା, କେବଳ ଭରସା

   ଜୀବ ଉନ୍ନତି ଲଭଇ,

ତାର ଅପମାନେ  ପ୍ରଗତି ସପନେ

   କେବେବି ଜନମେ ନାହିଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational