STORYMIRROR

Sarojini Mishra

Classics

4  

Sarojini Mishra

Classics

ମାତା କୁଷ୍ମାଣ୍ଡା

ମାତା କୁଷ୍ମାଣ୍ଡା

1 min
6


ଆଦିଶକ୍ତି ମାଗୋ ଅଭୟ ଦାୟିନୀ

ଆଶ୍ୱିନେ ମା' ତବ ପୂଜା

ନବଦୁର୍ଗା ରୂପେ ଦର୍ଶନ ଦେଉ ମା

ଧରଣୀ ରେ ସାଜସଜ୍ଜା ।


ନବଦିନ ପୂଜା ଦିଅଇ ବାରତା

ଶକ୍ତି ବିନା ସୃଷ୍ଟି ନାହିଁ

ଶକ୍ତି ଦାୟିନୀ ମା' ଦୁରିତ ନାଶିନୀ

ତୁମେ ଭକ୍ତି ପ୍ରଦାୟିନୀ ।


ନବରାତ୍ରୀ ପୂଜା ଚତୁର୍ଥ ଦିବସେ

କୁଷ୍ମାଣ୍ଡା ରୂପେ ପୂଜିତା

ଅଷ୍ଟଭୂଜା ମାଗୋ ବ୍ୟାଘ୍ର ବାହିନୀ

ସ୍ଥିତ ହାସ୍ୟ ନେଇ ସ୍ଥିତା |


ହସ୍ତେ ସୁଶୋଭିତ ଧନୁ, ତୀର, ଗଦା,

ମାଳା ଯେ ଅମୃତ ପାତ୍ର

ପଦ୍ମ, ଚକ୍ର ସଙ୍ଗେ ଅଭୟ ମୁଦ୍ରାରେ

ଝରୁଥାଏ ଆଶୀର୍ବାଦ | 


ସ୍ୱର୍ଗୀୟ ଦେବୀ ମା' ସୃଷ୍ଟି କାରିଣୀ

ବ୍ରହ୍ମାଣ୍ଡ କୁ କଲ ସୃଷ୍ଟି

କୁଷ୍ମାଣ୍ଡକୁ ତୁମେ ଭଲ ପାଅ ମାତା

କୁଷ୍ମାଣ୍ଡ ନାମ ଧାରିଣୀ ।


ଶୂନ୍ୟରୁ ବ୍ରହ୍ମାଣ୍ଡ ଅନୁରୀକ୍ଷ ସୃଷ୍ଟି

ତୁମରି ହାତରେ ମାତା

ତୁମରି ହସରୁ ଆଲୋକର ସୃଷ୍ଟି

ଜୀବନ ସୃଷ୍ଟି ସଂହିତା |


ଆକାଶ ଗଙ୍ଗାର ଉତ୍ପତ୍ତି ହୋଇଛି

ପୃଥିବୀ, ଗ୍ରହ, ନକ୍ଷତ୍ର

ବଂଚିବା ପାଇଁ ମା' ସୂର୍ଯ୍ୟ ଶକ୍ତି ସୃଷ୍ଟି

ତୁମେ ମା' ଚିର ପବିତ୍ର |


ତୁମ ଶକ୍ତି ନେଇ କୁଷ୍ମାଣ୍ଡା ମାତା ଗୋ

ସୂର୍ଯ୍ୟ ହେଲେ ଶକ୍ତିଶାଳୀ

ସ୍ମିତ ହାସେ ମାଗୋ ଜୀବନର ତତ୍ତ୍ଵ

ଦେଉ ଥାଅ ସଦା ଢ଼ାଳି |


ସକଳ ଶକ୍ତିର ଆଧାର ତୁମେ ମା'

ଅଭୟ ବର ଦାୟିନୀ

ବ୍ରହ୍ମାଣ୍ଡ କୁଷ୍ମାଣ୍ଡ ସଂପର୍କ କୁ ନେଇ

ନାମ କୁଷ୍ମାଣ୍ଡା ଭବାନୀ ।


ଜପାମାଳ ତବ ନାମ ଜପ କଥା

ଇଂଗିତରେ ଦିଏ କହି

ଆଦି ସ୍ୱରୂପା ମା ତ୍ରିତାପ ହାରିଣୀ

ସିଦ୍ଧି,ନିଧି ଯାଉ ଦେଇ ।


ମାତା ଆଦି ଶକ୍ତି କୁଷ୍ମାଣ୍ଡା ଗୋ ତୁମେ

ସ୍ମିତ ହାସ୍ୟ ଆଭା ଦିଅ

କରୁଣା ବରଷି ଆଶିଷ ପରଶି

ପାପ ତାପ ହରି ନିଅ ।


ତୁମ ସ୍ମିତ ହାସେ ଏ ବିଶ୍ଵ ଭୁବନୁ

ସନ୍ତାପ ହର ଗୋ ମାତା

ବିଶ୍ଵ ହୋଇ ଉଠୁ ମଧୁ ମୟ ମାଗୋ

ମିଟି ଯାଉ ଯେତେ ବ୍ୟଥା ।



Rate this content
Log in

Similar oriya poem from Classics