Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALITA MOHAN DASH

Romance Action Fantasy

3  

LALITA MOHAN DASH

Romance Action Fantasy

ମାର୍ଗଶୀର ଗୁରୁବାର

ମାର୍ଗଶୀର ଗୁରୁବାର

1 min
129



ଜନ୍ମରୁ ମରଣଯାଏଁ - ଯେ ଯୋଗାନ୍ତି

ଖାଦ୍ୟ ସହ ବସ୍ତ୍ର ଆଉ ବାସ,

କୃପାମୟୀ ଜନନୀ ସେ - ମହାଲକ୍ଷ୍ମୀ

ତାଙ୍କ ପାଇଁ ଜୀବନ ହରଷ ।

ସକଳ ସୁଖ, ସୁବିଧା - ତାଙ୍କ ଦୟା

ସନ୍ତାନରେ ଦିଅନ୍ତି ଅଭୟ ।

ଜୀବର ପାଳନକର୍ତ୍ତୀ - ଜଗନ୍ମାତା

ସଭିଙ୍କର ହୁଅନ୍ତି ସହାୟ ।

ମହାବିଷ୍ଣୁଙ୍କ ଘରଣୀ - ପଡିଦାତ୍ରୀ !

ମହାମାୟା, ମଙ୍ଗଳ କାରିଣୀ !,

ସକଳ ଐଶ୍ୱର୍ଯ୍ୟ-ଦାତ୍ରୀ - କଲ୍ୟାଣୀ ସେ

ରୋଗ, ଶୋକ, ଦୁଃଖ ନିବାରିଣୀ ।

କୋଟିଏ ପ୍ରଣାମ ମାତା ! ଶ୍ରୀଚରଣେ

ପୂଜାବିଧି ଜାଣିନାହିଁ କିଛି,

ତୁମକୁ ସ୍ମରଣ କଲେ - ଦୁଃଖ କଟେ,

ବାଧା ହଟେ - ଏତିକି ଜାଣିଛି ।

ଯାହାବି ଦେଇଛ ମତେ ଜନନୀ ଗୋ !

ସବୁ ତୁମ ଅହେତୁକ ଦୟା,

ଦୀନ, ହୀନରେ କରୁଣା ଜଗାଇଛି -

ତୁମ ପାଇଁ ମୋ ପ୍ରାଣରେ ମାୟା ।

କୃତଜ୍ଞ କରାଅ ମାତା ! ମନେ ମୋର

ଭରିଦିଅ ଟିକିଏ ସନ୍ତୋଷ,

ତୁମରି କରୁଣା ଝରୁ - ଦୂର ହେଉ

ସବୁ ଦୁଃଖ, ସବୁ ଅସନ୍ତୋଷ ।

ଜଗତ ଜନନୀ ମାତା ! ତୁମ କୃପା

ଭିନ୍ନ - ନାହିଁ କିଛି ଅଭିଳାଷ,

ଆସ ମାତା ଥରୁଟିଏ ମୋ ହୃଦୟେ

ସଙ୍ଗେ ଥା'ନ୍ତୁ ପ୍ରଭୁ ପୀତବାସ ।



Rate this content
Log in

Similar oriya poem from Romance