ନିଆରା ନିଆରା ତୁମ ତମେ ଡାକ
ନିଆରା ନିଆରା ତୁମ ତମେ ଡାକ
ସକଳେ ଡାକନ୍ତି ତୁମେ ତୁମେ ବୋଲି
ସେ ତମେ ର ମୂଲ୍ୟ ନାହିଁ
ତମେ ଯେବେ ମତେ ତମେ ବୋଲି କୁହ
ଏତେ ମିଠା କାହିଁ ପାଇଁ ?
ମହକି ଉଠେ ମୋ ହୃଦୟ ଅଗଣା
ତୁମର କୋମଳ ସୁରେ
ଭରିଯାଏ କିଛି ଅକୁହା ଭାବନା
ଶବ୍ଦେ କିବା କହିପାରେ ?
ପ୍ରୀତିମୟ ମନ ଝୁମେ ଯେ ନିଶାରେ
ତୁମରି ଅଧର ନୀରେ
ପିଆଲା ଭରି ମୁଁ ପିଇଯାଏ ଆହା
କ୍ଷଣିଏ ସପନ ତୀରେ ।
ପ୍ରେମର ଉତ୍ତାଳ ତରଙ୍ଗ ସ୍ପର୍ଶରେ
ଭିଜିଯାଏ ତନୁପ୍ରାଣ
ଅନୁରାଗେ ମଜ୍ଜି ଯଉବନ ଗାଏ
ପ୍ରଣୟର ସୁଧା ଗାନ ।
କିମିଆଁ ଏମିତି କରିଅଛ କାହିଁ
ଜମା ବୁଝିପାରେ ନାହିଁ
ନିଆରା ନିଆରା ତୁମ ତମେ ଡାକ
ଶୁଣିଲେ ପାଗଳ ମୁହିଁ ।
ଆଙ୍କିଛି ଆଖିରେ ତୁମକୁ ସଖିରେ
ଜୀବନେ କରିଛି ସାଥି
ତୁମେ ମୋର ଦେବୀ ମୁଁ ଯେ ଉପାସକ
ପ୍ରୀତି ହେବନାହିଁ ଇତି ।

